ଆପଣଙ୍କର ମଦ ପିଇବାର ଅଭ୍ୟାସ ଅଛି କି, ଏହାର ଉପକାରିତା ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ

ଅତ୍ୟଧିକ ମଦ୍ୟପାନ କରିବା କରିବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଲାଲ ରଙ୍ଗର ମଦ ମନୁଷ୍ୟର ମସ୍ତିଷ୍କକୁ ବାର୍ଦ୍ଧକ୍ୟରୁ ରକ୍ଷା କରିଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମଣିଷ ନିୟମିତ ବ୍ୟାୟାମ କରିବା ଓ କମ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ବୟସର ଛାପ ପଡ଼େ ନାହିଁ । ମଣିଷ ସର୍ବଦା ଯୁବକ ହୋଇ ରହିଥାଏ । ସେହିପରି ଲାଲ ମଦରେ ଥିବା ଏକ ଉପାଦାନ ଆମର ମସ୍ତିଷ୍କକୁ ବୃଦ୍ଧତ୍ୱରୁ ରୋକିଥାଏ ।

ଏହି ଗବେଷଣା ସର୍ବପ୍ରଥମେ ବୟସ୍କ ମୂଷାଙ୍କୁ ନେଇ କରାଯାଇଥିଲା । ତେବେ ରେସଭେରାଟ୍ରୋଲ ନାମକ ଏକ ଉପାଦାନ ଦ୍ୱାରା ଆମର ବ୍ରେନର ବାର୍ଦ୍ଧକ୍ୟତା ହ୍ରାସ ପାଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା ।

ଏକ ବର୍ଷ ପର୍ଯ୍ୟନ୍ତ କିଛି ମୂଷାଙ୍କୁ ରେସଭେରାଟ୍ରୋଲ ଦିଆଯାଇଥିଲା ଓ ଆଉ କିଛି ମୂଷାଙ୍କୁ ଦିଆଯାଇନଥିଲା, ଯେଉଁମାନେ କି ସେମାନଙ୍କଠାରୁ ବୟସରେ ଦୁଇ ବର୍ଷ ବଡ଼ ଥିଲେ । ଯେଉଁ ମୂଷାଙ୍କୁ ରେସଭେରାଟ୍ରୋଲ ଦିଆଯାଇଥିଲା, ସେମାନଙ୍କର ନ୍ୟୁରୋ ମସ୍କୁଲାର ଜଙ୍କସନ ଅନ୍ୟ ମୂଷାଙ୍କ ଅପେକ୍ଷା ଯୁବକ ସୁଲଭ ରହିଥିବା ଜଣାପଡ଼ିଥିଲା ।

ତେବେ ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଧଳା ମଦ ଅପେକ୍ଷା ଲାଲ ମଦରେ ରେସଭେରାଟ୍ରୋଲର ଉପାଦାନ ଅଧିକ ମାତ୍ରାରେ ରହିଥାଏ । ମୂଷାଙ୍କୁ ନେଇ ଏହି ପରୀକ୍ଷଣ କରାଯିବା ପରେ ପରବର୍ତ୍ତୀ ସମୟରେ ମଣିଷଙ୍କ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।