fbpx

ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ହାବିଲଦାର ସସପେଣ୍ଡ; ଏସପିଙ୍କ ସୂଚନା

ପୁରୀ:ପୁରୀ ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ଯାହାକୁ ନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା କିପରି ଘଟିଲା ତାର ତଦନ୍ତ ଚାଲିଛି । ଏଥିସହିତ ଆହାତ ହୋଇଥିବା ମହିଳା ଜଣଙ୍କ ମାଧୁରୀ ଦାଶ ଏବଂ ଘର ବ୍ରହ୍ମପୁର ବୋଲି ଜଣା ପଡିଛି ।

ତେବେ ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ ସମୟରେ ମହିଳା ଭକ୍ତଙ୍କୁ ପୋଲିସ ମାଡ ମାରିଥିଲା । ଫଳରେ ତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥାଲା । ତେବେ ଉକ୍ତ ମହିଳା ଜଣକ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି । ଆଜି ପଞ୍ଚୁକର ଚତୁର୍ଥ ଦିନରେ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଜମିଥିଲା । ଏହି ସମୟରେ ମହିଳା ଭକ୍ତ ଜଣଙ୍କ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ସମୟରେ ଜଗମୋହନ ନିକଟରେ ତାଙ୍କୁ ପୋଲିସ ମାଡ ମାରିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ତେବେ ପୋଲିସ ମହିଳା ଜଣଙ୍କୁ କାହିଁକି ଏପରି ମାଡ ମାରିଥିଲେ ତାହା ଜଣାପଡିନାହିଁ । ଏଥିସହିତ ଏହି ଘଟଣାର ଖବର ପାଇ ଅତିରିକ୍ତ ଏସପି ଏବଂ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଏସପି ମିହିର ପଣ୍ଡାଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ପୁରୀ ଏସପି କହିଛନ୍ତି। ଏଥିସହିତ ଏହି ଘଟଣାରେ ବର୍ତ୍ତମାନ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ସସପେଣ୍ଡ କରାଯାଇଥିବା ପୁରୀ ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.