କଟକ: ଓଡିଶା ପ୍ରଶାସନିକ ସେବା ଆୟୋଗଙ୍କୁ ହାଇକୋର୍ଟଙ୍କ ନୋଟିସ । ଓପିଏସସି ଚାକିରିରେ ହୋଇଥିବା ଅନିୟମିତତାକୁ ନେଇ ନୋଟିସ କରିଛନ୍ତି ହାଇକୋର୍ଟ । ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।କୋର୍ଟ ଏହି ମାମଲାରେ ଓପିଏସସିଙ୍କୁ ମେରିଟ ଲିଷ୍ଟ କୋର୍ଟ ସମ୍ମୁଖରେ ଦାଖଲ କରିବାକୁ ନିଦ୍ଦେର୍ଶ ଦେଇଥିଲେ ।
କିନ୍ତୁ ବାରମ୍ବାର ତାଗିଦ ପରେ ମଧ୍ୟ କମିଶନ ରିଭାଇଜ ମେରିଟ ଲିଷ୍ଟ ଦାଖଲ କରିନଥିଲେ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ । ତେଣୁ କମିଶନ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କମିଶନର ଅଧ୍ୟକ୍ଷ ଆଇପିଏସ ଅରୁଣ ଷଡଙ୍ଗୀଙ୍କୁ ହାଜର ହେବାକୁ ନୋଟିସ ହୋଇଛି ।