fbpx

HCL ରେ ଖାଲି ପଡିଛି ୭୭ଟି ପଦବୀ , ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୦୫ ପୂର୍ବରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ହିନ୍ଦୁସ୍ତାନ କପର ଲିମିଟେଡ(HCL)ରେ ଖାଲିପଡିଛି ୭୭ଟି ଟ୍ରେଡ ଆପରେଣ୍ଟିସ ପଦବୀ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନର ଶେଷ ତାରିଖ ଅଗଷ୍ଟ ୫, ୨୦୨୩ ପର୍ଯ୍ୟନ୍ତ ରହିଛି । ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ www.hindustancopper.com କୁ ଯାଇ ଅନଲାଇନରେ ଆବେଦନ କରି ପାରିବେ । ସର୍ଟଲିଷ୍ଟ ହୋଇଥରବା ପ୍ରାର୍ଥୀଙ୍କ ଲିଷ୍ଟ ଅଗଷ୍ଟ ୧୯ ୨୦୨୩ରେ ଜାରି କରାଯିବ ।

ପଦବୀ ବିବରଣୀ : ୭୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରଖ ଅଗଷ୍ଟ ୫,୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଥିବା ପ୍ରାର୍ଥୀ +୨ ପାସ କରିଥିବା ଜରୁରୀ । ଏହା ସହିତ ଟ୍ରେଡ ମେଟ ଏବଂ ବ୍ଲାଷ୍ଟର(ମାଇନ୍ସ)ରେ ସାର୍ଟିଫିକେଟ ଥିବା ଜରୁରୀ । ଆଇଟିଆଇ କରିଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ସରକାରଙ୍କ ଆପରେଣ୍ଡିସ ୱେବସାଇଟ www.apprenticeship.gov.in କୁ ଯାଇ ରେଜିଷ୍ଟ୍ରେସନ କରି ପାରିବେ ।
ହିନ୍ଦୁସ୍ତାନ କପର ଲିମିଟେଡ ଆପରେଣ୍ଡିସ ପାଇଁ ପ୍ରାର୍ଥୀ ଏଷ୍ଟାବ୍ଲିସମେଣ୍ଟ ସର୍ଚ୍ଚ କମ୍ପାନୀ ନାମରେ ସର୍ଚ୍ଚ କରିବାକୁ ହେବ । ଏହାପରେ ଏଚସିଏଲ ପାଇଁ ଆବେଦନ ଫର୍ମରେ ସବମିଟ କରିବାକୁ ହେବ ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ କରନ୍ତୁ :

https://www.hindustancopper.com/Upload/Notice/0-638242381327550000-NoticeFILE.pdf

Get real time updates directly on you device, subscribe now.