fbpx

ଡରାଉଛି ହାର୍ଟ ଆଟାକ୍ ମାମଲା: ଏବେ ଜିମରୁ ଫେରିଥିବା ୩୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହାର୍ଟ ଆଟାକ୍ ହେତୁ ଯୁବକମାନଙ୍କ ମୃତ୍ୟୁ ଖବର ଆଜିକାଲି ବହୁତ ଦେଖିବାକୁ ମିଳୁଛି । ଏଭଳି ଏକ ଖବର ତେଲେଙ୍ଗାନାର ଖମ୍ମମ ଜିଲ୍ଲାରୁ ଆସିଛି, ଯେଉଁଠାରେ ଜିମରୁ ଆସିବା ପରେ ଜଣେ ୩୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି ।

ଯୁବକ ଜଣକ ଜିମରୁ ଘରକୁ ଫେରିବା ପରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଖମ୍ମମରେ ଦୁଇ ଦିନ ମଧ୍ୟରେ ସୋମବାରର ଏହା ଦ୍ୱିତୀୟ ଘଟଣା ଥିଲା । ପୂର୍ବତନ କଂଗ୍ରେସ ନେତା ରାଧା କିଶୋରଙ୍କ ପୁଅ ଶ୍ରୀଧର ଜିମରୁ ଫେରିବା ପରେ ବିଚଳିତ ହୋଇଥିଲେ । ଯେତେବେଳେ ଶ୍ରୀଧର ପରିବାର ସଦସ୍ୟଙ୍କୁ କହିଥିଲେ, ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶ୍ରୀଧର ମଧ୍ୟ କିଛି ସମୟ ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ରବିବାର ଦିନ ୩୩ ବର୍ଷୀୟ ନାଗାରାଜୁଙ୍କର ମଧ୍ୟ ହାର୍ଟ ଆଟାକରେ ମୃତ୍ୟୁ ହୋଇଥିଲା । ଅତୀତରେ ସମଗ୍ର ଦେଶରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେତେବେଳେ ଯୁବକ ଏବଂ ଫିଟ୍ ଦେଖାଯାଉଥିବା ଲୋକଙ୍କର ଜିମରୁ ଆସିଲା ପରେ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ, ନାଚିବା ସମୟରେ କିମ୍ବା ଖେଳ ସମୟରେ ହାର୍ଟ ଆଟାକ୍ ହେତୁ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ଗତ ମାସରେ ତେଲେଙ୍ଗାନାର ଜଗତିଆଲ ଟାଉନରେ ବ୍ୟାଡମିଣ୍ଟନ ଖେଳିବା ସମୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.