ଟିମ୍ ଇଣ୍ଡିଆରୁ ବାହାରିଯିବେ ଏହି ଖେଳାଳି

କେବଳ ପାଣି ବାଣ୍ଟିବା ପାଇଁ ଏହି ଖେଳାଳି ଯାଇଥିଲେ ଇଂଲଣ୍ଡ!

ନୂଆଦିଲ୍ଲୀ: ଲିଡସରେ ଭାରତ ଜିତୁ ଜିତୁ ପରାଜୟର ଶିକାର ହୋଇଥିଲା। ଏହାପରେ ଭାରତୀୟ ଟିମର କୁଲଦୀପ ଯାଦବଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା। କାରଣ ତାଙ୍କୁ ପ୍ରଥମ ମୁକାବିଲାରେ ଦଳରେ ସାମିଲ କରାଯାଇନଥିଲା।

ଆଶା ରହିଥିଲା ଯେ, ଏଜବେଷ୍ଟନରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ କୁଲଦୀପଙ୍କୁ ଖେଳାଯିବ। ହେଲେ ଟସ୍ ପଡିବା ସମୟରେ ଜଣାପଡ଼ିଥିଲା ଯେ, ସେ ପ୍ଲେଇଂ ଇଲେଭେନରେ ନାହାନ୍ତି। ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବର୍ତ୍ତମାନ ଭାରତୀୟ ଟିମର ଦ୍ୱିତୀୟ ଟେଷ୍ଟ ଜିତିବା ପରେ କୁଲଦୀପ ଯାଦବଙ୍କ ଖେଳିବାକୁ ନେଇ ପର୍ଦ୍ଦାଫାସ୍ ଘଟିଛି। ଭାରତୀୟ କ୍ୟାପ୍ଟେନ ଶୁଭମନ ଗିଲଙ୍କ ଅନୁଯାୟୀ, କୁଲଦୀପ ଯାଦବଙ୍କ ଭଳି ଓି୍ୱକେଟ ଟେକିଙ୍ଗ ସ୍ପିନରଙ୍କୁ ପ୍ଲେଇଂ ଇଲେଭେନରେ ରଖିବାକୁ ଚାହେଁ, ହେଲେ ଲିଡସରେ ଲୋୟର ଅର୍ଡରରେ ଦୁଇଥର ସେ ସହଜରେ ଆଉଟ ହେବା ପରେ ବ୍ୟାଟିଂରେ ଭଲ ପ୍ରଦର୍ଶନ ପାଇଁ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ନିଆଯାଇଥିଲା।

ୱାଶିଂଟନକୁ ପ୍ଲେଇଂ ଇଲେଭେନରେ ସାମିଲ କରିବା ସଫଳ ହୋଇଛି। କାରଣ ସେ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ଲର୍ଡସ ଟେଷ୍ଟରେ ମଧ୍ୟ ଏହି ରଣନୀତି ସହ ଖେଳିବ।

ଗିଲ୍ ଆହୁରି କହିଛନ୍ତି ଯେ, କୁଲଦୀପଙ୍କ ଭଳି ବୋଲର ଏଠାରେ ବହୁତ କମ୍‌। ମୁଁ ଏଥିପାଇଁ ୱଶିଂଟନଙ୍କ ଖେଳାଇବାକୁ ଚାହୁଁଛି, କାରଣ ତାଙ୍କ ଉପସ୍ଥିତି ଆମ ବ୍ୟାଟରଙ୍କ ପାଇଁ ମଜବୁତ ରହିବ।