ଗୁଟଖାରୁ ତିଆରି ପରଫ୍ୟୁମ! ସମସ୍ତେ ଦେଖି ଆଶ୍ଚର୍ଯ୍ୟ
ଗୁଟଖାର ବାସ୍ନା ଏତେ ପସନ୍ଦ ଥିଲା ଯେ, ସେଥିରୁ ତିଆରି କଲେ ପରଫ୍ୟୁମ
ଓଡିଶା ଭାସ୍କର: ଗୁଟଖାରୁ ତିଆରି ହେଲା ପରଫ୍ୟୁମ! ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ, କିନ୍ତୁ ଏହା ସତ। ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି, ତଥାପି ମଧ୍ୟ ସମସ୍ତେ ଏହାକୁ ଖାଉଛନ୍ତି।
କିନ୍ତୁ ଆପଣ କେବେ ଭାବିଛନ୍ତି ଏହି ଗୁଟଖାରୁ ପରଫ୍ୟୁମ ତିଆରି ହେବା? ଆଜ୍ଞା ହଁ, ଜଣେ ବ୍ୟକ୍ତି ଗୁଟଖାକୁ ଏତେ ପସନ୍ଦ କରୁଛନ୍ତି ଯେ ସେ ଏଥିରୁ ପରଫ୍ୟୁମ ତିଆରି କରି ଏହାର ମଜା ନେଉଛନ୍ତି।
ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣଙ୍କ ଗୁଟଖା ପ୍ୟାକେଟ ଧରି ଏକ ପରଫ୍ୟୁମ ଦୋକାନକୁ ଯାଇ ତାର ପରଫ୍ୟୁମ ତିଆରି କରିବାକୁ କହୁଛନ୍ତି।
ଦୋକାନୀ ମଧ୍ୟ ପରଫ୍ୟୁମ ତିଆରି କରି ସେହି ବ୍ୟକ୍ତିକୁ ଦେଉଛନ୍ତି ଏବଂ ସେହି ବ୍ୟକ୍ତି ଜଣଙ୍କ ଏହାକୁ ନିଜ ଉପରେ ସ୍ପ୍ରେ କରିବା ପରେ ବହୁତ ଖୁସି ହୋଇ ନାଚୁଛନ୍ତି। ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଏହି ଭିଡିଓଟି 75 ଲକ୍ଷ ଭ୍ୟୁ ପାଇଥିବାବେଳେ ଅନେକ ଲୋକ କମେଣ୍ଟ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।