fbpx

ସେ କ୍ରିକେଟରୁ ବିଦାୟ ନେଇଛନ୍ତି… ଖେଳିବେନି Champions Trophy! ବୋର୍ଡ ଦେଲା ସୂଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଟି-୨୦ ଚମ୍ପିଆନ୍ ଟିମ ଇଣ୍ଡିଆ ସହ ଅନ୍ୟ ସମସ୍ତ ଦଳ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏହାମଧ୍ୟରେ ଚମ୍ପିଆନ୍ସ ଟ୍ରଫିରୁ ବାଦ୍ ପଡ଼ିଛନ୍ତି ଜଣେ ଷ୍ଟାର କ୍ରିକେଟର । ଅଷ୍ଟ୍ରେଲିଆର ଷ୍ଟାର ପ୍ଲେୟର ଡାଭିଡ ୱାର୍ଣ୍ଣର ଟି-୨୦ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜ ସନ୍ନ୍ୟାସ ଘୋଷଣା କରିଛନ୍ତି ୱାର୍ଣ୍ଣର । ଏହାପରେ ଚମ୍ପିଆନ୍ସ ଟ୍ରଫିରେ ତାଙ୍କ କେଳିବା ନେଇ ସୂଚନା ଦେଇଛନ୍ତି ଦଳର ମୁଖ୍ୟ ଚୟନକର୍ତ୍ତା ।

ଟି-୨୦ ବିଶ୍ୱକପ ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଛନ୍ତି ଡାଭିଡ ୱାର୍ଣ୍ଣର । କିନ୍ତୁ ଫ୍ରାଞ୍ଚାଇଜି କ୍ରିକେଟ ଖଳିବା ଜାରି ରଖିବେ । ଏହାବ୍ୟତୀତ ଯଦି ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଚମ୍ପିଆନ୍ସ ଟ୍ରଫିରେ ସାମିଲ କରନ୍ତି, ତେବେ ସେ ଖେଳିବା ପାଇଁ ପ୍ରସ୍ତୁତ ରହିବେ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି ଯେ, ୱାର୍ଣ୍ଣର କ୍ରିକେଟରୁ ଅବସର ଗ୍ରହଣ କରି ସାରିଛନ୍ତି । ସମସ୍ତ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ । ତାଙ୍କର କ୍ୟାରିୟର ବେଶ୍ ସୁନ୍ଦର ରହିଛି, ତେବେ ଏହାଠାରୁ ଅଧିକ ସେଲିବ୍ରେସନ୍ କରିହେବ ନାହିଁ । ତାଙ୍କର ପ୍ରତିଦାନ ଆଗାମୀ ସମୟରେ ମନେ ରହିବ ବୋଲି କହିଛନ୍ତି ଜର୍ଜ ବେଲି । ଡାଭିଡ ୱାର୍ଣ୍ଣର ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଚାହୁଁଥିଲେ ମଧ୍ୟ ଏହି ଆଶା ଭାଙ୍ଗି ଦେଇଛି ଟିମ ମ୍ୟାନେଜମେଣ୍ଟ ।

ୱାର୍ଣ୍ଣର ଅଷ୍ଟ୍ରେଲିଆର ଜଣେ ମହାନ୍ ଖେଳାଳି ଭାବରେ ପରିଚୟ ପାଇଛନ୍ତି । ଏହାସହିତ ୩ଟି ବିଶ୍ୱବିଜୟୀ ଦଳରେ ସେ ପ୍ରମୁଖ ସଦସ୍ୟ ଭାବରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ୨୦୧୫, ୨୦୨୩ ଅଷ୍ଟ୍ରେଲିଆ ବିଶ୍ୱବିଜେତା ସାଜିଥିବା ବେଳେ ଡାଭିଡ ୱାର୍ଣ୍ଣର ଦଳରେ ସାମିଲ ଥିଲେ । ଏହାବ୍ୟତୀତ ୨୦୨୧ ଟି-୨୦ ବିଶ୍ୱକପ ବିଜୟୀ ଦଳରେ ମଧ୍ୟ ୱାର୍ଣ୍ଣର ସାମିଲ ରହିଥିଲେ । ୱାର୍ଣ୍ଣର ୧୧୨ ଟେଷ୍ଟ ମ୍ୟାଚ ଖେଳି ୮,୭୮୬ ରନ୍ କରିଥିବା ବେଳେ ୧୬୧ ଦିନିକିଆ ମ୍ୟାଚରୁ ୬,୯୩୨ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ଅଷ୍ଟ୍ରେଲିଆ ଜର୍ସିରେ ୧୧୦ଟି ଟି-୨୦ ମ୍ୟାଚରୁ ୩,୨୭୭ ରନ୍ କରି ଦଳର ଷ୍ଟାର ଓପନର ଭାବରେ ଡାଭିଡ ୱାର୍ଣ୍ଣର ନିଜ ଭୂମିକା ତୁଲାଇଛନ୍ତି ।

Get real time updates directly on you device, subscribe now.