fbpx

ଭାରତରେ ବଢୁଛି ମୁଣ୍ଡ ଓ ଗଳା କ୍ୟାନସର, ଆସିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତାଜନକ ରିପୋର୍ଟ…

ଓଡିଶା ଭାସ୍କର: ଭାରତରେ କ୍ୟାନସର ନିଜର କାୟାବିସ୍ତାର କରି ଚାଲିଛି । ଏଥିରେ ବିଶେଷକରି ମୁଣ୍ଡ ଓ ଗଳା କ୍ୟାନସର ସଂପୃକ୍ତ ରହିଛି । ଦେଶର ମୋଟ କ୍ୟାନସର ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ମୁଣ୍ଡ ଓ ଗଳା କ୍ୟାନସରରେ ପୀଡିତ । ଯାହା ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏହି ତଥ୍ୟ ଏବେ ଭାରତ ପାଇଁ ଚିନ୍ତା ସାଜିଛି । ଏକ ଅଧ୍ୟୟନରେ ପ୍ରାୟ ୧୮ ଶହ ୬୯ ଜଣ ରୋଗୀଙ୍କୁ ନେଇ ଏହି ତଥ୍ୟ ଦିଆଯାଇଛି ।

ତେବେ ଯୁବପିଢିଙ୍କ ମଧ୍ୟରେ ତମାଖୁ ସେବନ ଏହାର ମୁଖ୍ୟ କାରଣ ଅଟେ । ବ୍ୟାପକ ସଚେତନତା ହିଁ ଏହାକୁ ରୋକି ପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଭାରତରେ ପ୍ରାୟ ଦୁଇ ତୃତୀୟାଂଶ କର୍କଟ ରୋଗ ବିଳମ୍ବରେ ଚିହ୍ନିତ ହେଉଛି । ପ୍ରାୟ ୮୦ ପ୍ରତିଶତ ରୋଗୀ ଏଥିରେ ଆରୋଗ୍ୟ ହେଉଛନ୍ତି । କେବଳ ଆଗୁଆ ଚିକିତ୍ସା ହିଁ ଏହାକୁ ଦୂର କରି ପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କର୍କଟ ହେଉଛି ଅନେକ ରୋଗର ସାମୂହିକ ଗୋଷ୍ଠୀ । ଏହା ଯେକୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ଯେତେବେଳେ ଶରୀରରେ ସାଧାରଣ କୋଷଗୁଡିକ କର୍କଟ କୋଷରେ ପରିଣତ ହୁଏ, ସେହି ସମୟରେ ଏହା ଦୃଷ୍ଟିଗୋଚର ହୋଇଥାଏ ।

Get real time updates directly on you device, subscribe now.