କଳା ହଳଦୀ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଫାଇଦା : ଜାଣିନିଅନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ : ଭାରତରେ ଏଭଳି କୌଣସି ବ୍ୟକ୍ତି ନାହିଁ, ଯିଏ କେବେ  ହଦଳୀ ବ୍ୟବହାର କରିନାହାଁନ୍ତି । ଏହା ଆମ ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସୁସ୍ୱାଦ ଖାଦ୍ୟ ଏହା ବିନା ଅସମ୍ପୂର୍ଣ୍ଣ ଅଟେ । କଳା ହଦଳୀ ମୁଖ୍ୟତ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଚାଷ କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଇଛି । ଏହା ଚର୍ମ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ । ଏହା ଆମ ପାଇଁ କିପରି ଉପଯୋଗୀ ତାହା ଆସନ୍ତୁ ଜାଣିବା ।

ଭଲ ଭାବରେ ହଜମ ହୋଇଥାଏ : ପେଟ ଜନିତ ସମସ୍ୟା ପାଇଁ କଳା ହଦଳୀ ବ୍ୟବହୃତ ହୁଏ କାରଣ ଏହା ହଜମ ପ୍ରକ୍ରିୟା ଭଲ ଭାବରେ କରିଥାଏ । ଯଦି ଆପଣଙ୍କ ପେଟରେ ଯନ୍ତ୍ରଣା କିମ୍ବା ଗ୍ୟାସ ସମସ୍ୟା ରହୁଛି, ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏଥିପାଇଁ କଳା ହଦଳୀ ପାଉଡର ପ୍ରସ୍ତୁତ କରି ଏହାକୁ ପାଣିରେ ମିଶାଇ ପିଅନ୍ତୁ ।

ଆଣ୍ଠୁ ଗଣ୍ଠି ଦରଜରୁ ମିଳିବ ଆରାମ : ବୟସ ବଢିବା ସହିତ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେବା ସାଧାରଣ କଥା, ଯେତେବେଳେ ଯନ୍ତ୍ରଣା ଆରମ୍ଭ କରେ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର କଳା ହଦଳୀ ର ଏକ ପେଷ୍ଟକୁ ତିଆରି କରି ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରନ୍ତୁ, ଏହା ଫୁଲିବାରେ ମଧ୍ୟ ଆରାମ ଯୋଗାଇଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ସ୍କିନ ପାଇଁ ପ୍ରଭାବଶାଳୀ : ହଳଦିଆ ହଦଳୀ ପରି କଳା ହଦଳୀ ମଧ୍ୟ ସ୍କିନ ପାଇଁ ଲାଭଦାୟକ ଅଟେ । ଯଦି ଆପଣ ଏହାକୁ ମହୁ ସହିତ ମିଶାଇ ମୁହଁରେ ଲଗାନ୍ତି, ତେବେ ଆପଣଙ୍କ ମୁଁହରେ ଜବରଦସ୍ତ ଚମକ ଆସିବ । ଏହା ବ୍ୟତୀତ, ଆପଣଙ୍କ ଚେହେରାର କଳା ଦାଗ ଏବଂ ଵ୍ରଣରୁ ମଧ୍ୟ ମୁକ୍ତି ପାଇବେ ।

କ୍ଷତ ଶୀଘ୍ର ଭଲ ହେବ : ସାମାନ୍ୟ କାଟ ଏବଂ କ୍ଷତ ସ୍ଥାନରେ ଆପଣ ଅନେକ ପ୍ରକାରର ଔଷଧୀୟ କ୍ରିମ୍ ବ୍ୟବହାର କରୁ, କିନ୍ତୁ ଯଦି ଆପଣ ଆୟୁର୍ବେଦ ଚିକିତ୍ସା ଚାହୁଁଛନ୍ତି, ତେବେ ଆଘାତର ପ୍ରଭାବିତ ଅଞ୍ଚଳରେ କଳା ହଦଳୀ ପେଷ୍ଟ କରି ଲଗାନ୍ତୁ । ଏହା କରିବା ଦ୍ୱାରା କ୍ଷତ ଶୀଘ୍ର ଭଲ ହୋଇଯିବ ।