fbpx

IRDAI ଜାରି କଲା ନୂଆ ମାର୍ଗଦର୍ଶିକା: ପଲିସୀଧାରୀଙ୍କ ସ୍ୱାସ୍ଥ୍ୟ ବୀମାର ଦାବି ୩ ଘଣ୍ଟା ମଧ୍ୟରେ ସମାଧାନ ହେବ

ନୂଆଦିଲ୍ଲୀ: ହେଲଥ ଇନସ୍ୟୁରାନ୍ସକୁ ନେଇ ଲୋକମାନେ କରୋନା କାଳରେ ବେଶ୍ ସଚେତନ ହୋଇଥିଲେ । ବୀମାଧାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭାରତୀୟ ବିମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ମଧ୍ୟ କ୍ରମାଗତ ଭାବେ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇ ଆଇଆରଡିଏଆଇ ମାଷ୍ଟର ସର୍କୁଲାର ଜାରି କରାଯାଇଛି । ଏହା ବୀମାଧାରୀଙ୍କୁ ମଜବୁତ କରିବା ସହିତ ବୀମା କମ୍ପାନୀମାନଙ୍କର ମନମୁଖୀ ଶାସନରେ ରୋକ ଲଗାଇବାରେ ବଡ଼ ଭୂମିକା ଗ୍ରହଣ କରିବ ।

ଆଇଆରଡିଏଏ ୧ ଓ ୩ ଘଣ୍ଟାର ନୂଆ ନିୟମ ଲାଗୁ କରିଛି, ଯାହାକି କ୍ୟାଶଲେଓ କ୍ଷେତ୍ରରେ ଲୋକଙ୍କୁ ବେଶ୍ ଫାଇଦା ଦେବ । ଅନେକ ମାମଲାରେ ରୋଗୀଙ୍କ ପରିଜନଙ୍କୁ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିବା ପାଇଁ ହସ୍ପିଟାଲ ପକ୍ଷରୁ କୁହାଯିବା ପରେ ତୁରନ୍ତ ଅର୍ଥ ଯୋଗାଡ଼ କରିବାକୁ ପଡ଼ିଥାଏ । ଫଳରେ ସେମାନେ ନାନା ସମସ୍ୟା ଦେଇ ଗତି କରିଥାନ୍ତି । ମାତ୍ର ଏବେ ଆଉ ସେପରି ହେବ ନାହିଁ । ଏଣିକି ନୂଆ ନିୟମ ଅନୁସାରେ, ବୀମା କମ୍ପାନୀଙ୍କୁ କ୍ୟାଶଲେସ ଚିକିତ୍ସା ପାଇଁ ୧ ଘଣ୍ଟା ଆପ୍ରୁଭାଲ ଦେବା ଫଳରେ ବୀମାଧାରୀଙ୍କୁ ହସ୍ପିଟାଲରେ ଅତିଶୀଘ୍ର ଚିକିତ୍ସା ସେବା ମିଳିବା ଆରମ୍ଭ ହୋଇଯିବ ।

ସ୍ୱାସ୍ଥ୍ୟ ବୀମା ଅଧିନରେ ଚିକିତ୍ସା କରାଉଥିଲେ ହେଁ ଲୋକଙ୍କୁ ଦାବି ସମାଧାନ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ମାତ୍ର ଏଣିକି ବୀମା କମ୍ପାନୀଙ୍କୁ ହସପିଟାଲ ପକ୍ଷରୁ ରୋଗୀଙ୍କ ଡିସଚାର୍ଜ ପାଇଁ ଅନୁରୋଧ କରାଯିବା ପରେ ୩ ଘଣ୍ଟା ଭିତରେ ସେମାନଙ୍କୁ ମଞ୍ଜୁରୀ ଦେବାକୁ ପଡ଼ିବ । ଏହାର ଅର୍ଥ ରୋଗୀ ଡିସଚାର୍ଜ ହେବାର ରିକୁଏଷ୍ଟର ୩ ଘଣ୍ଟା ମଧ୍ୟରେ କ୍ଲେମ ସେଟଲ ବା ବିଲ ସେଟଲମେଣ୍ଟ ହୋଇଯିବ ।

Get real time updates directly on you device, subscribe now.