fbpx

ଜାନୁଆରୀ ୧ ରୁ ବଦଳିଯିବ ସ୍ୱାସ୍ଥ୍ୟ ବୀମା ନିୟମ, ଏହି ପରିବର୍ତ୍ତନଗୁଡିକ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୂଆବର୍ଷ ଅର୍ଥାତ୍ ୧ ଜାନୁଆରୀ ୨୦୨୪ରୁ ସ୍ୱାସ୍ଥ୍ୟ ବୀମା ଯୋଜନା କେବଳ ଅଧିକ ପାରଦର୍ଶୀ ହେବ ନାହିଁ ବରଂ ୟୁଜର ଫ୍ରେଣ୍ଡଲି ମଧ୍ୟ ହେବ । ଗୋଟିଏ ସିଟ୍ ରେ ବୀମାଭୁକ୍ତ ବ୍ୟକ୍ତିଙ୍କ ପଲିସି ସୂଚନା ଏବଂ ଅଧିକାର ପ୍ରଦାନ କରିବାକୁ IRDAI ବୀମା କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି ।

ନୂଆ ବର୍ଷରୁ ପଲିସି ଧାରକମାନେ ସ୍ୱାସ୍ଥ୍ୟ ବୀମା କଭରେଜ୍ ବିବରଣୀ, ୱେଟିଂ ପରିୟଡ୍, ଲିମିଟସ୍, ସବ୍ ଲିମିଟିସ୍ ଏବଂ ପଲିସ୍ରୁ ବହିଷ୍କାର ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସହଜରେ ପାଇପାରିବେ । ଏହା ବ୍ୟତୀତ, ପଲିସି ଧାରକ ସ୍ୱାସ୍ଥ୍ୟ ବୀମା କଭର ପାଇଁ ୧୫ ଦିନର ‘ଫ୍ରି-ଲୁକ୍’ ଅବଧି ପାଇପାରିବେ । ଏହି ଅବଧି ମଧ୍ୟରେ ଯଦି ସେ ଅନୁଭବ କରନ୍ତି ଯେ ତାଙ୍କୁ ଏକ ଭୁଲ ପ୍ରଡକ୍ଟ ବିକ୍ରି କରାଯାଇଛି, ତେବେ ସେ ପଲିସି ବାତିଲ କରିପାରିବେ ।

ବୀମାକାରୀ ଏବଂ ପଲିସିଧାରୀଙ୍କ ମଧ୍ୟରେ ସୂଚନା ଅସମାନତା :-

ଯଦିଓ ବୀମା ଚୁକ୍ତିରେ ମୌଳିକ ସୂଚନା ରହିଥାଏ, କିନ୍ତୁ ଏହା ଏପରି ଭାବରେ ପ୍ରିଣ୍ଟିଂ ହୋଇଥାଏ ଯେ ଏହାକୁ ପଢ଼ିବା କଷ୍ଟକର । ଏପରିକି ବୀମା ସର୍ତ୍ତାବଳୀ ସାଧାରଣତଃ ଆଇନଗତ ଭାଷାରେ ଲେଖାଯାଏ, ଯାହା ସାଧାରଣ ଲୋକଙ୍କ ପାଇଁ ବୁଝିବା କଷ୍ଟକର । IRDAI କହିଛି ଯେ, ‘ବୀମାକାରୀ ଏବଂ ପଲିସିଧାରୀଙ୍କ ମଧ୍ୟରେ ତଥ୍ୟର ଅସମାନତା ହେତୁ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ବୀମା ନିୟାମକ କହିଛନ୍ତି ଯେ ଗ୍ରାହକ ସୂଚନା ସିଟ୍ ର ଉଦ୍ଦେଶ୍ୟ ହେଉଛି “ପାରଦର୍ଶିତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ନୀତି ବିଷୟରେ ପଲିସିଧାରୀଙ୍କ ସଚେତନତା ବୃଦ୍ଧି କରିବା । ସେମାନଙ୍କର ବୀମା କଭରେଜ୍ ବିଷୟରେ ଏକ ଗଭୀର ବୁଝାମଣା ସହିତ ସେମାନଙ୍କୁ ସଶକ୍ତ କରିବା ।’

Get real time updates directly on you device, subscribe now.