fbpx

କୋଲ୍ଡ କଫି ଅଧିକ ପିଇଲେ ଶରୀରରେ କମିଯାଏ ପାଣି, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗରମରୁ ଆଶ୍ୱସ୍ତି ପାଇଁ ଅଧିକ ଲୋକେ କୋଲ୍ଡ କଫି ପିଇଥାଆନ୍ତି । ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ ବହୁତ ଭଲ ଭାବେ ପିଅନ୍ତି । ହେଲେ ଅଧିକ ଲୋକଙ୍କୁ କୋଲ୍ଡ କଫିର ସ୍ୱାଦ ଭଲ ଲାଗିଥାଏ । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଏ । ଏହା ଅଧିକ ରୋଗକୁ ବଢାଇଥାଏ ।

କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ ଏହାକୁ ଅଧିକ ପିଇଲେ ବ୍ଲଡ ସୁଗାର ଲେବଲକୁ ଅଧିକ ବଢାଇଥାଏ । ଏଥିସହ ଟାଇପ-୨ ଡାଇବେଟିସର ବିପଦକୁ ବଢାଇଥାଏ ।
କୋଲ୍ଡ କଫିରେ କ୍ୟାଫେନ ମାତ୍ରା ଅଧିକ ହୋଇଥାଏ । ଏହାକୁ ଅଧିକ ପିଇଲେ ଶୋଇବା ଚକ୍ର ମଧ୍ୟ ଖରାପ ହେବାରେ ଲାଗିଥାଏ । ଏଥିସହ ନିଦ ମାତ୍ରାକୁ ହ୍ରାସ କରିବା ସହ ରୋଗକୁ ବଢାଇଥାଏ ।

ଗରମରେ ଶରୀରେ ପାଣିର ମାତ୍ରା କମ ଥାଏ ଯଦି ଆପଣ କୋଲ୍ଡ କଫି ଅଧିକ ପିଇବେ ତେବେ ଆପଣ ଡିହାଇଡ୍ରେସନର ଶିକାର ହୋଇପାରନ୍ତି । କୋଲ୍ଡ କଫି ପିଇଲେ ନଭର୍ସନେଓ ଏବଂ ଏନଜାଇଟୀର ମଧ୍ୟ ଶିକାର ହୋଇପାରନ୍ତି । ଏହା ପେଟ ପାଇଁ ମଧ୍ୟ ବିଲକୁଲ ଠିକ ନୁହେଁ ।

Get real time updates directly on you device, subscribe now.