ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା; 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଉପରେ 24 ଘଣ୍ଟା ନଜର ରଖିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ।

ଭୁବନେଶ୍ବର: ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଉପରେ 24 ଘଣ୍ଟା ନଜର ରଖିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ । ବିଶୋଧନ ପ୍ରକ୍ରିୟା ଜାରି ରହିବ । ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି । ମାଇକ ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଯାଉଛି । 7 ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ । ତେବେ 25 ଜିଲ୍ଲାରେ ଆଗୁଆ ପଦକ୍ଷେପ ନିଆଯାଉଛି ।

ଅନ୍ୟପଟେ ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ । କେନ୍ଦ୍ରୀୟ ଟିମ୍ ମଧ୍ୟ ଗ୍ରାଉଣ୍ଡରେ ଅଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାର ଆଲୋଚନା କରିବେ । ଏହାସହ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଏପଟେ ଢେଙ୍କାନାଳରେ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଏହି ଅଭିଯାନର କରିଛନ୍ତି ଶୁଭାରମ୍ଭ । ଜିଲ୍ଲାରେ 10 ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ ଲାଗିଛନ୍ତି । କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେଉଁକାରଣରୁ ଷ୍ଟପ୍ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ଜୁଲାଇ 31 ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ।