fbpx

ଓଜନ ହ୍ରାସ ସହ ଚିନ୍ତାକୁ ଦୂର କରିଥାଏ ବାଦାମ ତେଲ, ମାଲିସ କରିବା ଦ୍ୱାରା ମିଳିଥାଏ ଏହି ଫାଇଦା

ଓଡ଼ିଶା ଭାସ୍କର: ବାଦାମ ଭଳି ଏହାର ତେଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ସ୍କିନ ଏବଂ କେଶ ପାଇଁ ଉତ୍ତମ ବୋଲି ବିଶ୍ୱାସ କରାଯାଏ। ଏହି ତେଲରେ ଭିଟାମିନ-ଇ ର ମାତ୍ରା ସବୁଠାରୁ ଅଧିକ ହୋଇଥାଏ। ଏହା ବ୍ୟତୀତ ମାଗ୍ନେସିୟମ, ଫ୍ୟାଟି ଏସିଡ, ପ୍ରୋଟିନ, ଫସ୍ପୋରସ, କ୍ୟାଲସିୟମ, ଆଇରନ, ଜିଙ୍କ, କପର, ମାଙ୍ଗାନିଜ, ପୋଟାସିୟମ, ଓମେଗା ଫ୍ୟାଟୀ ଏସିଡ, ଭିଟାମିନ ଏ, ଭିଟାମିନ ଡି, ଭିଟାମିନ କେ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇଫ୍ଟେମେଟରୀ ମିଳିଥାଏ। ଏହି ସବୁ ତତ୍ତ୍ୱ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଶରୀର ପାଇଁ ଲାଭ ପହଞ୍ଚାଇଥାଏ। ଯଦି ବାଦାମ ତେଲ ଶରୀରରେ ମାଲିଶ କରାଯାଏ ତେବେ ଅନେକ ଲାଭ ମିଳିଥାଏ।

ଓଜନ କମ, ଚିନ୍ତା ଏବଂ ଥକାପଣକୁ ଦୂର କରେ: ବାଦାମ ତେଲରେ ପାଦର ମାଲିଶ କରିବାରେ ଅନେକ ଲାଭ ମିଳିଥାଏ। ଏଥିରେ ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମ କରିଥାଏ ଏବଂ ହାନିକାରକ ତତ୍ତ୍ୱ ବାହାରକୁ ବାହାର କରିଥାଏ। ଯେଉଁଥିରେ ଓଜନ କମ ହୋଇଥାଏ। ଏହା ବ୍ୟତୀତ ବାଦାମର ତେଳ ଥକାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ। ପାଦରେ ମାଲିଶ କରିବା ଦ୍ୱାରା ମୁଣ୍ଡବିନ୍ଧା, ଡିପ୍ରେସନ ଏବଂ ଚିନ୍ତା ଦୂର ହୋଇଥାଏ, ମାନସିକ ଶାନ୍ତି ମିଳିଥାଏ।

ସ୍କିନ ସମସ୍ୟାକୁ ଦୂର କରିଥାଏ: ବାଦାମ ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ସ୍କିନକୁ ହେଲଦୀ ରଖିଥାଏ। ଏହା ମସାଜ କରିବା ଦ୍ୱାରା ତ୍ୱଚାରେ ଥିବା ବ୍ରଣ, ଏକଜିମା, ଡର୍ମଟାଇଟିସରୁ ମୁକ୍ତି ଦେଇଥାଏ। ଏଥିରେ ଥିବା ଭିଟାମିନ-ଏ ସ୍କିନକୁ ହେଲଦୀ ରଖିବା ସହ ଚମକ ଫେରାଇ ଆଣେ।

କେଶକୁ ମଜବୁତ କରେ: ବାଦାମ ତେଲ କେଶକୁ ମଜବୁତ କରିଥାଏ। ଏହାକୁ ମାଲିସ କରିବା ଦ୍ୱାରା କେଶ ଝଡିବା କମ ହୋଇପାରେ। ଏଥିରେ କେଶ ମୂଳ କୁଣ୍ଡାଇ ହେବା, ରେଡ ସ୍କାଲ୍ପର ସମସ୍ୟାମାନ ମଧ୍ୟ ଦୂର ହୋଇଥାଏ।

ଶିଶୁଙ୍କୁ ମିଳିଥାଏ ଅନେକ ଫାଇଦା: ବାଦାମ ତେଲରେ ମାଲିସ କରିବାରେ ଶିଶୁଙ୍କୁ ଅନେକ ଲାଭ ମିଳିଥାଏ। ଅନେକ ଶିଶୁଙ୍କଠାରେ କ୍ରେଡଲ୍ କ୍ୟାପ୍ ପ୍ରବାହ ସମସ୍ୟା ଦେଖାଯାଇଥାଏ। ଏହାକୁ ଦୂର କରିବା ପାଇଁ ମିଠା ବାଦାମ ତେଲ ଲାଭଦାୟକ ହୋଇଥାଏ। ବାଦାମ ତେଲରେ ଭିଟାମିନ ଇ ଏବଂ ସ୍କିନକୁ ପୋଷକତତ୍ତ୍ୱ ଦେଇ ଶୁଖିଲା ହେବାରୁ ରୋକିଥାଏ ଏବଂ ଏହାକୁ ସଫ୍ଟ, ହାଇଡ୍ରେଟ କରିଥାଏ।

Get real time updates directly on you device, subscribe now.