fbpx

ଶୁଣିବା ଓ କହିବା ଶକ୍ତି ନଥିବା ମହିଳାଙ୍କ ସହ ୨ ଥର ଦୁଷ୍କର୍ମ, ନାବାଳକ ଦ୍ୱାରା କରାଗଲା ଭିଡିଓ

ହାଇଦ୍ରାବାଦ: ସମାଜରେ ନାରୀମାନଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧୀକାର ଦିଆଯାଉଥିଲେ ବି ଅନେକ ଦୃର୍ବୁତ୍ତ ସେମାନଙ୍କ କାର୍ଯ୍ୟକଳାପରୁ ବିରତ ହେଉନାହାନ୍ତି । ସେହିପରି ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଶୁଣିବା ଓ କହିବା ଶକ୍ତି ନଥିବା ମହିଳାଙ୍କ ସହ ଦୁଇ ଦୁଇଥର ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଲଗା ଅଲଗା ଦିନରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ନାବାଳକ ଦ୍ୱାରା ତାଙ୍କ ଭିଡିଓ ସୁଟିଂ ହୋଇଛି ।

ଘଟଣାଟି ତେଲେଙ୍ଗାନାର ୱାରଙ୍ଗାଲ ସହରାଞ୍ଚଳରେ ଘଟିଥିବା ସୂଚନା ମିଳିଛି । ମହିଳାଙ୍କୁ ବଳତ୍କାର ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ରହିଛି । ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ପୀଡିତାଙ୍କ ସହ ଏହି ଘଟଣା ଘଟିଥିଲା । ପୀଡିତା ଜଣକ ଏକୁଟିଆ ଥିବା ବେଳେ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ଅଲଗା ଅଲଗା ଦିନରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ।

ମିଲ୍ସ କଲୋନୀ ପୋଲିସ ଷ୍ଟେସନର ରିପୋର୍ଟରେ ଦର୍ଶାଯାଇଛି ଯେ, ୩୧ ବର୍ଷୀୟ ମହିଳା ପ୍ରଥମେ ତାଙ୍କ ୨୪ ବର୍ଷୀୟ ସମ୍ପର୍କୀୟଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ । ପରେ ବ୍ୟକ୍ତିଜଣକ ୧୫ ବର୍ଷୀୟ ବାଳକ ସହ ପୀଡିତାଙ୍କୁ ପରିଚିତ କରାଇଥିଲା, ଯିଏ ତାଙ୍କୁ ଯୌନ ଶୋଷଣ କରିଥିଲା । ସେ କେବଳ ଦୁଷ୍କର୍ମ କରିଥିବା ତା’ନୁହେଁ ବରଂ ପୀଡିତାଙ୍କ ଏକ ଭିଡିଓ ମଧ୍ୟ କରିଥିଲା । ରିପୋର୍ଟରେ କୁହାଯାଇଛି ଯେ, ନାବାଳକର ସାଙ୍ଗରେ ଥିବା ୧୪ ବର୍ଷୀୟ ବାଳକ ଏହି ଭିଡିଓଟିକୁ କରିଥିଲା । ପରେ ଏହି ଭିଡିଓକୁ ସେୟାର କରାଯାଇଥିଲା ।

ପୀଡିତାଙ୍କ ଭଉଣୀ ଏହି ଭିଡିଓକୁ ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଏନେଇ ସେ ପରିବାରକୁ ଅବଗତ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୨୪ ବର୍ଷୀୟ ଦୁଷ୍କର୍ମକାରାକୁ ଗିରଫ କରାଯାଇଥିବା ବେଳେ ନାବାଳକକୁ ବାଳ ସୁଧାର ହୋମକୁ ପଠାଯାଇଛି ।

Get real time updates directly on you device, subscribe now.