fbpx

ନିଟ-ୟୁଜି ପରୀକ୍ଷା ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଜି ନିଟ ୟୁଜି ପରୀକ୍ଷାର ବିବାଦ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ଶୁଣାଣି ହେବ । ଏହା ପୂର୍ବରୁ କେନ୍ଦ୍ର ସରକାର ଏବଂ ଏନଟିଏ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସେହି ସତ୍ୟପାଠରେ ପରୀକ୍ଷାରେ କୌଣସିପ୍ରକାରର ଅନିୟମିତତା ହୋଇନଥିବାର ଉଲ୍ଲେଖ କରାଯାଇଛି ।

ଖବର ଅନୁସାରେ, ସୁପ୍ରିମକୋର୍ଟ ନିଟ ୟୁଜି ପରୀକ୍ଷା ବିବାଦ ମାମଲାର ଶୁଣାଣି କରିପାରନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ ସମସ୍ତ ରିପୋର୍ଟ ଦେବାକୁ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ସତ୍ୟପାଠର ରିପୋର୍ଟ ଦାଖଲ କରିଛନ୍ତି ।

ସରକାର କହିଛନ୍ତି ଯେ ତଥ୍ୟ ଅନୁସାରେ କୌଣସି ବଡଧରଣର ପରୀକ୍ଷାରେ ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ । ଏହି ନିଟ-ୟୁଜିର ଆଉଥରେ ପରୀକ୍ଷାକୁ ସରକାର ସମର୍ଥନ କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ନିଟର କାଉନସେଲିଂ ଚଳିତ ମାସରେ ହେବ ବୋଲି ଏନଟିଏ ସୁପ୍ରିମକୋର୍ଟକୁ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.