fbpx

ଏକ ତରଫା ପ୍ରେମ ପାଇଁ ଭାଙ୍ଗି ଯାଇଛି କି ହୃଦୟ ?ଏହି ଉପାୟରେ କରନ୍ତୁ Move On

ପ୍ରତ୍ୟେକ ମଣିଷ ତା ଜୀବନରେ କାହାକୁ ନା କାହାକୁ ଭଲ ପାଇଥାଏ । ଏହି ସୁନ୍ଦର ଅନୁଭୁତିକୁ କେହି କେହି ପ୍ରକାଶ କରିପାରନ୍ତି ତ ଆଉ କେହି କେହି ଏହାକୁ ନିଜ ମନ ଭିତରେ ଲୁଚାଇ ରଖନ୍ତି । ଏଥି ସହିତ ଏହି ସୁନ୍ଦର ଅନୁଭୁତି ସହ ସେମାନେ ନିଜ ଜୀବନ ଅତିବାହିତ କରନ୍ତି । ତେବେ ସେମାନଙ୍କ ଜୀବନରେ ଏମିତି ଏକ ସମୟ ଆସେ ଯେଉଁ ସମୟରେ ସେ ଭଲ ପାଇଥିବା ବ୍ୟକ୍ତି ଆଉ କାହାର ହୋଇଯାଆନ୍ତି । ଯାହାକୁ ସହିବା ଏବଂ ଗ୍ରହଣ କରିବା ଏହି ଏକ ତରଫା ଭଲ ପାଉଥିବା ବ୍ୟକ୍ତିମାନଙ୍କ ପାଇଁ ବହୁ କଷ୍ଟ ହୋଇଯାଇଥାଏ । କିନ୍ତୁ ସେମାନେ କାନ୍ଦିବା ଛଡା ଅଉ କିଛି କରି ପାରନ୍ତି ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏପରି ପରିସ୍ଥିତିରେ ନିଜ ମନକୁ ବୁଝାଇ ମୁଭ୍ ଅନ କିପରି କରି ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏକ ତରଫା ପ୍ରେମରେ ବ୍ରେକଅଫ ହେଲା ପରେ ନିଜକୁ ସମ୍ଭାଳି ମୁଭ ଅନ କିପରି କରିବେ ।

ବ୍ରେକଅଫ ପରେ କିପରି କରିବେ ମୁଭ ଅନ୍:

ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ: ବ୍ରେକଅଫ ପରେ ଆପଣ ନିଜକୁ ସମ୍ଭାଳିବା ପାଇଁ ଏବଂ ସେହି  ବ୍ୟକ୍ତିଙ୍କୁ ଭୁଲିବା ପାଇଁ ନିଜ କ୍ୟାରିୟର ଏବଂ ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ । କିପରି ଆଗକୁ ବଢିବେ ସେ ବିଷୟରେ ଚିନ୍ତା କରନ୍ତୁ । ଏଥି ସହିତ ନିଜ ପରିବାର ସହ ଏବଂ ସାଙ୍ଗସାଥୀମାନଙ୍କ ସହ ସମୟ ଅତିବାହିତ କରନ୍ତୁ ।

ସେହି ବ୍ୟକ୍ତିଙ୍କ ସୃତିକୁ ନିଜଠାରୁ ଦୂରେଇ ରଖନ୍ତୁ :ଆମେ ଯେତେବେଳେ କାହାକୁ ଭଲ ପାଇଥାନ୍ତି ସର୍ବଦା ସେହି  ବ୍ୟକ୍ତିଙ୍କ ବିଷୟରେ ଭାବି ଥାନ୍ତି । ସେମାନେ ଦେଇଥିବା ଛୋଟ ଛୋଟ ଜିନିଷକୁ ସାଇତି ରଖିଥାନ୍ତି । ଆପଣ ଯଦି ଜୀବନରେ ଆଗକୁ ବଢିବାକୁ ଚାହୁଁ ଥାନ୍ତି ତେବେ ସେ ଦେଇଥିବା ସବୁ ସ୍ମୃତିକୁ ନିଜ ଠାରୁ ଦୁରେଇ ରଖନ୍ତୁ । କାରଣ ଏହି ସବୁ ଜିନିଷର ଉପସ୍ଥିତି ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ଦେବ ନାହିଁ ।

ନିଜକୁ ଗୁରୁତ୍ୱ ଦିଅନ୍ତୁ: ଅନ୍ୟକୁ ଭୁଲିବାକୁ ହେଲେ ପ୍ରଥମେ ନିଜ ଉପରେ ଗୁରୁତ୍ୱ ଦେବାକୁ ପଡିଥାଏ । ନିଜକୁ ଭଲପାଇବାକୁ ପଡିଥଆଏ । ଏଥି ସହିତ ନିଜ ବିଷୟରେ ଭାବିବା ପାଇଁ ସମୟ ବାହାର କରନ୍ତୁ । ଜୀବନରେ ଆପଣ କଣ କରିବେ କିପରି ନିଜକୁ ଖୁସି ରଖିବେ ସେହି ବିଷୟରେ ଅଧିକ ଚିନ୍ତା କରନ୍ତୁ ।

 

Get real time updates directly on you device, subscribe now.