fbpx

ମା’ଙ୍କଠାରୁ ଉତ୍ତରାଧିକାର ସୂତ୍ରରେ କଣ ପାଇଛନ୍ତି ପ୍ରଶ୍ନରେ ବାଂଶୁରୀଙ୍କ ଉତ୍ତର ଥିଲା ହୃଦୟସ୍ପର୍ଶୀ

ନୂଆଦିଲ୍ଲୀ: ଏକ ଟିଭି ପ୍ରୋଗ୍ରାମରେ ଭାଗ ନେବା ଅବସରରେ ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ତଥା ଓକିଲରୁ ରାଜନେତା ହୋଇଥିବା ବାଂଶୁରୀ ସ୍ୱରାଜ କହିଛନ୍ତି କି, ମାଆଙ୍କଠାରୁ ମତେ ଉତ୍ତରାଧିକାରୀ ସୁତ୍ରରେ କୃଷ୍ଣ ଭକ୍ତି ମିଳିଛି । ଆଜି ମୁଁ ଯେଉଁଠି ବି ପହଞ୍ଚିଛି ତାହା କୃଷ୍ଣଙ୍କ କୃପାରୁ । ଯୁବ ସମ୍ମିଳନୀରେ ଉପସ୍ଥିତ ବାଂଶୁରୀଙ୍କୁ ନିଜ ନାମକୁ ନେଇ ମଧ୍ୟ କରିଥିଲେ ଖୁଲାସା ।

ବାଂଶୁରୀ କହିଥିଲେ, ଏମିତି ନାମକରଣକୁ ନେଇ ଯେତେବେଳେ ମାଆଙ୍କୁ ପଚାରିଥିଲି, ସେ କହିଥିଲେ ବାଂଶୁରୀ ଶ୍ରୀକୃଷ୍ଣଙ୍କର ସବୁଠାରୁ ପ୍ରିୟ, ସେଥିପାଇଁ ଏହି ନାଁ ଦିଆଯାଇଥିଲା । ବାଂଶୁରୀ ଆଗକୁ କହିଥିଲେ, ଏହି ଉତ୍ତର ମୋ ପାଇଁ ସବୁଠାରୁ ସୁନ୍ଦର ମନେହୁଏ । ମାଆଙ୍କ କୃଷ୍ଣଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ମତେ ତାଙ୍କ ଉତ୍ତରାଧିକାରୀ ଭାବେ ପ୍ରାପ୍ତ ହୋଇଛି ।

ସେହିପରି ଲୋକସଭା ସାଂସଦ ରୂପେ ଶପଥ ଗ୍ରହଣ କାଳରେ ବାଂଶୁରୀ ସଂସ୍କୃତରେ ନେଇଥିବା ଶପଥପାଠକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି, ମାତୃଭାଷା ଜୋଡିହୋଇ ରହିବା ଆଜିର ପିଢି ପାଇଁ ନିତାନ୍ତ ଜରୁରୀ । ତେବେ ପୂର୍ବରୁ ସୁଷମା ସଂସ୍କୃତରେ ଶପଥ ନେଉଥିବାରୁ ବାଂଶୁରୀଙ୍କ ଶପଥ ପାଠକୁ ସେ ମାଆଙ୍କୁ କପି କରିବା ନ ଥିବା କହିଥିଲେ । ସେ କହିଥିଲେ କି, ଭାରତୀୟ ସଂସ୍କୃତିରେ ସଂସ୍କୃତକୁ ଶୁଭ ମାନିଥାଉ । ଏଥିପାଇଁ ସଂସ୍କୃତ ଶ୍ଲୋକ ପାଠ କରାଯାଏ । ତେଣୁ ଯେତେବେଳେ ଲୋକତନ୍ତ୍ରର ମନ୍ଦିରରେ ଜୀବନର ନୂଆ ଆରମ୍ଭ କଲି, ସଂସ୍କୃତକୁ ଆପଣେଇଥିଲି ।

ବିଜେପି ତାଙ୍କୁ ଦଳରେ ସ୍ଥାନ ଦେଇଥିବାରୁ ସେ ନିଜକୁ ସୌଭାଗ୍ୟଶାଳୀ ମନେକରୁଥିବା କହିବା ସହ ସେ ଅକ୍ସଫୋର୍ଡରେ ପାଠ ପଢିବାକୁ ଯିବା ସମୟରେ ତାଙ୍କୁ ପ୍ରଥମରୁ ହିଁ ସ୍ପଷ୍ଟରୂପେ କୁହାଯାଇଥିଲା କି ସେ ନିଜ ଦେଶକୁ ଫେରିବେ । ମାଆ, ବାପାଙ୍କ ଏକମାତ୍ର ସନ୍ତାନ ହୋଇଥିବାରୁ ସେ ମଧ୍ୟ ବିଦେଶରେ ରହିବାକୁ ଚାହିଁ ନ ଥିବା କହିଥିଲେ ।

Get real time updates directly on you device, subscribe now.