fbpx

ଗରମରୁ ନାହିଁ ତ୍ରାହି: ଆଜି ବି ଜଳୁଛି ଭୁବନେଶ୍ୱର, ଜାଣନ୍ତୁ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା କେତେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡଫଟା ଖରା ଲାଗିରହିଛି । ଗତ ୩ ଦିନ ଭଳି ଆଜି ବି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହା ସହ ହୀରାକୁଦରେ ୩୯, ସମ୍ବଲପୁର ଓ ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ, କେନ୍ଦୁଝର ୩୮ ଡିଗ୍ରୀ, ଚାନ୍ଦବାଲି ୩୭.୨ ଡିଗ୍ରୀ, ବାଲେଶ୍ୱର ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପୁରୀରେ ୩୨.୪ ଡିଗ୍ରୀ, ପାରାଦ୍ୱୀପରେ ୩୨.୨ ଡିଗ୍ରୀ, ଗୋପାଳପୁରରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୪୩.୮ଡ଼ିଗ୍ରୀ ସହିତ ସୋନପୁର ରାଜ୍ୟର ସବୁଠୁ ଉତପ୍ତ ସହର ଥିବା ବେଳେ ଏହା ପଛକୁ ରହିଥିଲା ରାଜଧାନୀ ଭୁବନେଶ୍ୱର । ୪୩.୩ ଡ଼ିଗ୍ରୀ ତାପମାତ୍ରା ସହିତ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର । ଦିନ ତମାମ ପୁରା ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା । ରାଜ୍ୟର ୨୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ଥିଲା ।

Get real time updates directly on you device, subscribe now.