Breaking: ହୋଲିରେ ଦାଉ ସାଧିବ ତାତି; କାଲିଠୁ ଜଳିବ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଆସନ୍ତା କାଲିଠୁ ଜଳିବ ପଶ୍ଚିମ ଓଡ଼ିଶା । ୪ ଦିନ ପାଇଁ ହିଟ୍ ୱେଭ ନେଇ ସତର୍କତା ଜାରି ।

୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ତାତି ।

ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୪ରେ ୬ ଜିଲ୍ଲା ଓ ୧୫ରେ ୫ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଚ କେନ୍ଦ୍ର ।

ରାଜ୍ୟରେ ଅସମ୍ଭାଳ ତାତି । ସାଢ଼େ ୨ଟାରେ ୪ ସହରରେ ପାରଦ ୩୮ ଟପିଛି ।

ସମ୍ବଲପୁର ୩୮.୬, ଝାରସୁଗୁଡ଼ା ଓ ରାଉରକେଲାରେ ୩୮.୪, ହୀରାକୁଦ ୩୮, ଭୁବନେଶ୍ୱର ୩୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।