fbpx

ନୂଆବର୍ଷରେ ଜନତାଙ୍କୁ ଲାଗି ମହଙ୍ଗା କରେଣ୍ଟ: ଏହିସବୁ ସାମଗ୍ରୀଗୁଡ଼ିକ ଦାମ୍ ବହୁତ ବଢ଼ଯିବ

ନୂଆଦିଲ୍ଲୀ: ୨୦୨୧ ବର୍ଷ ବର୍ତ୍ତମାନ ବିଦାୟର ଦ୍ୱାରଦେଶରେ ପହଞ୍ଚିଥିବା ବେଳେ ୨୦୨୨ ନୂଆବର୍ଷର ଶୁଭାରମ୍ଭ ହେବାକୁ ଯାଉଛି । ତେବେ ନୂଆ ବର୍ଷରେ ସାଧାରଣ ଜନତାଙ୍କ ପାଇଁ ମହଙ୍ଗା ରୂପୀ ଅଶୁଭ ଖବର ଆସିଛି । ନୂଆବର୍ଷରେ ଉତ୍ପାଦନ ଓ ଗ୍ରାହକ ସେବା ଯୋଗାଣକାରୀ କମ୍ପାନୀମାନେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିପାରନ୍ତି । ୨୦୨୧ରେ ଏହି କମ୍ପାନୀମାନେ ଦୁଇ ତିନିଥର ରେଟ୍ ବୃଦ୍ଧି କରିଥିବା ବେଳେ କରୋନା ସପ୍ଲାଇ ଚେନକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଯାହାର ପରିଣାମ ବର୍ତ୍ତମାନ ଜନସାଧାରଣ ଭୋଗୁଥିବା ଦେଖାଯାଉଛି ।

ଆସନ୍ତା ତିନି ମାସ ମଧ୍ୟରେ ସାମଗ୍ରୀଗୁଡ଼ିକର ଦାମ୍ ୪-୧୦ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଏଫଏମସିଜି କମ୍ପାନୀ ପକ୍ଷରୁ କୁହାଯାଇଛି । ଡିସେମ୍ବର ମାସରେ ବୈଦ୍ୟୁତିକ ସାମଗ୍ରୀ ନିର୍ମାଣକାରୀ କମ୍ପାନୀମାନେ ସମସ୍ତ ସାମଗ୍ରୀର ମୂଲ୍ୟ ୩-୫ ପ୍ରତିଶତ ବଢ଼ାଇଥିଲେ । ତେଣୁ ଫ୍ରିଜ, ୱାସିଂ ମେସିନ, ଏୟାର କଣ୍ଡିସନର ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇଥିଲା । ଆଗକୁ ଏହି ସାମଗ୍ରୀଗୁଡ଼ିକର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇବ । ମାରୁତି ସୁଜୁକି, ଟାଟା ମୋଟର୍ସ, ହୁଣ୍ଡାଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସ୍କୋଡା ପରି ଅଟୋ କମ୍ପାନୀମାନେ ମୂଲ୍ୟ ବୃଦ୍ଧି ନେଇ ପୂର୍ବରୁ ସୂଚନା ଦେଇସାରିଛନ୍ତି । ହିନ୍ଦୁସ୍ତାନ, ୟୁନିଲିଭର, ଡାବର, ବ୍ରିଟାନିଆ, ଆଦି କମ୍ପାନୀମାନେ ପୂର୍ବରୁ ୫-୧୨ ପ୍ରତିଶତ ଦାମ୍ ବଢ଼ାଇଥିବା ବେଳେ ଆସନ୍ତା ମାର୍ଚ୍ଚ ମଧ୍ୟରେ ୫-୧୦ ପ୍ରତିଶତ ବଢ଼ାଇବାର ସମ୍ଭାବନା ରହିଛି । ବଜାରରେ ଷ୍ଟିଲ, ଆଲୁମୁନିୟମ, ତମ୍ବା, ପ୍ଲାଷ୍ଟିକର ମୂଲ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ଦିଗରୁ ଗ୍ରାହକମାନେ ମହଙ୍ଗା ମାଡ଼ର ଶିକାର ହେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.