fbpx

ରାଜ୍ୟର ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କବାଣୀ, ଜାଣି ରଖନ୍ତୁ ବର୍ଷା ଅପଡେଟ

ଭୁବନେଶ୍ୱର; ରାଜ୍ୟରେ ଗତ ରାତିରୁ ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଆଜି ଏକ ସତର୍କବାଣୀ ଜାରି କରିଛି ପାଣିପାଗ ବିଭାଗ । ଏଥିପାଇଁ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟର ୧୫ ଜିଲ୍ଲାକୁ ଜାରି କରାଯାଇଛି ଅରେଂଜ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି । ଏପରିକି ବୌଦ୍ଧ, କନ୍ଧମାଳ ଏବଂ କଳହାଣ୍ଡିର କିଛି ସ୍ଥାନରେ ଅତି ପ୍ରବଳ ଅର୍ଥାତ୍ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଅନ୍ୟ ୧୫ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ।

ସେପଟେ ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଂଜ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଶନିବାର ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାଣ୍ଣିଂ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ରାଜ୍ୟରେ ବଡ଼ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ରାଜଧାନୀ ବାସିନ୍ଦାଙ୍କ ଚିନ୍ତା ବଢାଇ ଦେଇଛି । ଆଜି ମାତ୍ର ଅଧ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱର ସ୍ଥିତି ବେହାଲ ହୋଇପଡିଛି । ଅନେକ ଜନ ସାଧାରଣ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.