ଲାଗି ରହିଛି ଲଗାଣ ବର୍ଷା, ବ୍ଲକ ଓ ତଦସିଲରେ ଖୋଲିଲା କଣ୍ଟ୍ରୋଲ୍ ରୁମ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଆଗକୁ ଆହୁରି ଭୀଷଣ ବର୍ଷା ହେବା ନେଇ ଆକଳନ କରାଯାଉଛି ।

କୋରାପୁଟ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଆଗକୁ ଆହୁରି ଭୀଷଣ ବର୍ଷା ହେବା ନେଇ ଆକଳନ କରାଯାଉଛି ।

ବିଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇଥିବା ଆକଳନ କରିଛି ପାଣିପାଗ ବିଭାଗ । ଏନେଇ କୋରାପୁଟ  ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ସବୁ ବ୍ଲକ ଓ ତଦସିଲରେ କଣ୍ଟ୍ରୋଲ ରୁମ ଖୋଲିଥିବା ନେଇ ସୂଚନା ଦିଆଯାଇଛି ।