fbpx

(Video) ବୁଡିଲା ମାୟାନଗରୀ; କାର୍ ସହ ଭାସିଗଲେ ଲୋକେ, ଘୋଷଣା ହେଲା ସ୍କୁଲ ଛୁଟି

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ୍ ମାୟାନଗରୀ । ମୁମ୍ବାଇରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳୁଛି  । ତୁହାକୁ ତୁହା ବର୍ଷା ଯୋଗୁଁ ଫସି ରହିଛନ୍ତି ଲୋକେ । ବୁଧବାର ରାତିରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବହା ବେଳେ ତଳିଆ ଅଞ୍ଚଳ ପାଣିରେ ବୁଡି ରହିଛି । ରାସ୍ତାରେ ପାଣି ଲହଡି ମାରୁଥିବା କାରଣରୁ ଯାନବାହାନ ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି । ଅନ୍ୟପଟେ ବିମାନ ଏବଂ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି । କେତେକ ବିମାନକୁ ବାତିଲ କରାଯାଇଥିବା ବେଳେ ଅନ୍ୟ କିଛି ବିମାନକୁ ଡାଇଭର୍ଟ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ସ୍କୁଲ, କଲେଜ ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବର୍ଷା ଯୋଗୁଁ 5ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ସ୍ଥାନରେ ପାଣି ରହିଥିବା କାରଣରୁ ଲୋକେ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ବର୍ଷାରେ ପୂର୍ବ ମୁମ୍ବାଇ, ସେଣ୍ଟ୍ରାଲ ମୁମ୍ବାଇ ଏବଂ ଦକ୍ଷିଣ ସେଣ୍ଟ୍ରାଲ ମୁମ୍ବାଇ ଅଧିକ ପ୍ରଭାବିତ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଯାନାବାହାନ ସହିତ ଲୋକମାନେ ମଧ୍ୟ ରାସ୍ତାରେ ବାହାରିଯାଉଥିବା ଦେଖାଯାଉଛି । ବର୍ତ୍ତମାନ ମୁମ୍ବାଇକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଆଗକୁ ମଧ୍ୟ ବର୍ଷା ବଢିବାର ସମ୍ଭାବନା ରହିଛି । ଉପମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କୁ ସୁରକ୍ଷିତରେ ରହିବା ପାଇଁ ନିବେଦନ କରିଛନ୍ତି । ଲୋକଙ୍କୁ ସତର୍କ ଅବଲମ୍ବନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.