fbpx

୫ଟି ଜିଲ୍ଲାକୁ କାଳବୈଶାଖୀ, ଭୟଙ୍କର ବର୍ଷିବ !

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ରାଜ୍ୟରେ ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୫ଟି ଜିଲ୍ଲାକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ୫ଟି ଜିଲ୍ଲାରେ ସାମିଲ ଅଛି- ନୟାଗଡ, କଟକ, ଭଦ୍ରକ, ଢେଙ୍କାନାଳ ଓ ଯାଜପୁର । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।

ଅନ୍ୟପଟେ ଅପରାହ୍ନ ଆଜି ଅପରାହ୍ନ ୪ଟା ୩୪ ସୁଦ୍ଧା ୨ ଟି ଜିଲ୍ଲାରେ ଭୀଷଣ ବଜ୍ରପାତର ଆଶଙ୍କା ରହିଛି । ବାଲେଶ୍ୱର ଜିଲ୍ଲାର ସୋର ଓ ସିମୁଳିଆ ବ୍ଲକ ସମେତ ଭଦ୍ରକ ଜିଲ୍ଲାର ସଦର ବ୍ଲକରେ ବଜ୍ର ପଡ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.