fbpx

IMD Alert: ୧୦ଟି ରାଜ୍ୟରେ ମୂଷଳ ଧାରାରେ ବର୍ଷା, ଘରୁ ବାହାରିବା ହୋଇଯିବ ମୁସ୍କିଲ

ନୂଆଦିଲ୍ଲୀ: ମୌସୁମୀ ବାୟୁର ପ୍ରଭାବ ଦେଶର ଅଧିକାଂଶ ରାଜ୍ୟରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଓଡ଼ିଶା, କେରଳ, ଝାଡ଼ଖଣ୍ଡ ସମେତ କିଛି ରାଜ୍ୟରେ ଆଜି ବର୍ଷା ସମ୍ଭାବନା ରହିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଆଂଶିକ ବର୍ଷା ହୋଇପାରେ । ବିଭିନ୍ନ ରାଜ୍ୟର ବର୍ଷା ସମ୍ଭାବନାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଆଇଏମଡିର ପୂର୍ବାନୁମାନ ମୁତାବକ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଆଦି ସ୍ଥାନମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେରଳ, ଲାକ୍ଷାଦ୍ୱୀପ, ଝାଡ଼ଖଣ୍ଡର କିଛି ଅଂଶ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାର କିଛି ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପୂର୍ବୋତ୍ତର ଭାରତ, ବିହାର, ଦକ୍ଷିଣ ଗୁଜରାଟ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଓ ଜମ୍ମୁ କଶ୍ମୀରରେ ଆଜି ହାଲୁକା ବର୍ଷା ସମ୍ଭାବନା ରହିଛି ।

ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବାଧିକ ୩୫ ଡିଗ୍ରୀ ରହିଛି । ସେହିପରି ଶ୍ରୀନଗରରେ ୧୦ ଡିଗ୍ରୀ ଓ ୨୬ ଡିଗ୍ରୀ, ଅହମ୍ମଦାବାଦରେ ୨୫ ଓ ୩୪, ଭୋପାଳରେ ୨୨ ଓ ୩୩, ଚଣ୍ଡିଗଡ଼ରେ ୨୩ ଓ ୩୫, ଡେରାଡୁନରେ ୨୧ ଓ ୩୩, ଜୟପୁରରେ ୨୫ ଓ ୩୬, ଶିମଲାରେ ୧୫ ଓ ୨୬, ମୁମ୍ବାଇରେ ୨୫ ଓ ୩୩, ଲକ୍ଷେ୍ନøରେ ୨୪ ଓ ୩୫, ଗାଜିଆବାଦରେ ୨୪ ଓ ୩୩, ଜମ୍ମୁରେ ୨୨ ଓ ୩୨, ଲେହରେ ୪ ଓ ୧୮, ପାଟନାରେ ୨୬ ଓ ୩୪ ଡିଗ୍ରୀ ରହିଛି ।

Get real time updates directly on you device, subscribe now.