fbpx

ପୁଣି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ:ଗୋଟିଏ ସପ୍ତହରେ ଏହା ୪ର୍ଥ ଥର

ସିଓଲ: ଉତ୍ତର କୋରିଆ କିଛି ଦିନ ପୂର୍ବରୁ କ୍ଷେପଣାସ୍ତ୍ର ପରିକ୍ଷା କରିଥିବା ବେଳେ ପୁଣି ଆଉ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ତେବେ ଏହି ପରୀକ୍ଷାକୁ ନେଇ ଦକ୍ଷିଣ କୋରିଆ ସେନା ପକ୍ଷରୁ ସୂଚନା ଦିଆ ଯାଇଛି । ଏକ ବିବୃତ୍ତିରେ କୁହାଯାଇଛି ଯେ ଉତ୍ତର କୋରିଆ ପ୍ୟୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ପୂର୍ବ ସାଗରରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ତେବେ ଏହି କ୍ଷେପଣାସ୍ତ୍ର ପରିକ୍ଷା ଗୋଟିଏ ସପ୍ତାହ ମଧ୍ୟରେ ଚତୁର୍ଥ ଥର ପାଇଁ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆର ମିଳିତ ଭାବରେ ସାମରିକ ଅଭ୍ୟାସ କରୁଛନ୍ତି । ଅନ୍ୟପକ୍ଷରେ କମଳା ହାରିସ୍ ୨୮ ସେ୍େଟମ୍ବରରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଗସ୍ତ କରିଥିଲେ । ତେବେ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ତିନୋଟି ଦେଶ ଏହି ଅଞ୍ଚଳରେ ସାମରିକ ଡ୍ରିଲ କରୁଛନ୍ତି ।

ଖବର ଅନୁଯାୟୀ,ଏହି ପରୀକ୍ଷଣର କାରଣ ହେଉଛି ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ତେବେ ଉତ୍ତର କୋରିଆ ପକ୍ଷରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆକୁ ସାହାଯ୍ୟ କରିବା ପାଇଁ ଆମେରିକା ସେଠାରେ ପ୍ରାୟ ୨୮,୫୦୦ ଆମେରିକୀୟ ସୈନ୍ୟ ଠୁଳ କରିଛି ।

Get real time updates directly on you device, subscribe now.