fbpx

ଆନ୍ଧ୍ରପ୍ରଦେଶରେ ବନ୍ୟା ବିପର୍ଯ୍ୟୟ; ତିରୁପତି ମନ୍ଦିରରେ ପଶିଲା ପାଣି, ଯାନବାହନ ସମେତ ଭାସିଗଲେ ବହୁ ଗୃହପାଳିତ ପଶୁ

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟ ଡିପ୍ରେସନ ପ୍ରଭାବରେ ଆନ୍ଧ୍ରପ୍ରଦେଶର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହଛି । ଏହି ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଡିପ୍ରେସନର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଚିତ୍ତୁର, କଡପ୍ପା ଏବଂ ନେଲ୍ଲୁର ଜିଲ୍ଲାରେ । ଏହି ଜିଲ୍ଲାରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ହୋଇଛନ୍ତି ଲୋକେ । ଡିପ୍ରେସନ ପ୍ରଭାବରେ ଉତ୍ତର ତାମିଲନାଡୁ, ପୁଡୁଚେରୀ  ମଧ୍ୟ ଲଗାଣ ବର୍ଷା ଲାଗିରହିଛି ।

ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁରୁବାର ପ୍ରବଳ ବର୍ଷା ପରେ ଭୟାନକ ହୋଇଛି ବନ୍ୟା ପରିସ୍ଥିତି । ବନ୍ୟା ଯୋଗୁଁ ପାହଡ଼ିଆ ଅଞ୍ଚଳରେ ଝରଣାରେ ବନ୍ୟା ଆସିଛି । ବନ୍ୟାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିସରରେ ପଶିଛି ବନ୍ୟା ପାଣି । ତିରୁମାଲା ମନ୍ଦିରକୁ ଲାଗି ରହିଥିବା ପାହାଡ଼ି ଝରଣାରେ ପାଣିର ସୁଅ ଅଧିକ ରହିଛି । ତିରୁମାଲାରେ ବୈକୁଣ୍ଠମ, ମନ୍ଦିରକୁ ଯାଇଥିବା ରାସ୍ତାକୁ ବନ୍ଦ କରାଯାଇଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ଭାରତୀୟ ପାଣିପାଗ ବିଭା ଆଇଏମଡି ଅନନ୍ତପୁର, କଡପ୍ପା ଜିଲ୍ଲା ପାଇଁ ରେଡ ଆଲର୍ଟ ଗାରି କରିଛନ୍ତି । କଡପ୍ପା ଜିଲ୍ଲାରେ ଶୁକ୍ରବାର ହଠାତ୍ ଆସିଥିବା ବନ୍ୟା ଯୋଗୁଁ ତିନି ଜଣକର ମୃତ୍ୟୁ ହୋଇଛି, ଏବଂ ଅନେକ ଲୋକ ଭାସିଯାଇଥିବା ମଧ୍ୟ ସୂଚନା ରହିଛି । ପ୍ରଭାବିତ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପସିବା ଫଳରେ ଯାନବାହନ ଏମିତିକି ବହୁ ଗୃହପାଳିତ ପଶୁ ମଧ୍ୟ ଭାସିଯାଇଛନ୍ତି ।

Get real time updates directly on you device, subscribe now.