fbpx

ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲାଗି ରହିବ ବର୍ଷା! ପାଣିପାଗ ବିଜ୍ଞାନୀଙ୍କ ରିପୋର୍ଟ ବଢ଼ାଇଲା ଚାଷୀଙ୍କ ଚିନ୍ତା, ନଷ୍ଟ ହେବ ଅନେକ ଫସଲ

ନୂଆଦିଲ୍ଲୀ: ଚଳିତ ଅଗଷ୍ଟ ମାସରେ ବର୍ଷା ଲାଗି ରହିବା ଫଳରେ ଚାଷୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏତିକିରେ ଚାଷୀଭାଇଙ୍କର ଦୁଃଖ ସରିନାହିଁ । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମଧ୍ୟ ଏହି ସ୍ଥିତି ଲାଗି ରହିପାରେ । ସାଧାରଣ ଭାବେ ସେପ୍ଟେମ୍ବର ମାସରେ ଧାନ, କପାସ, ସୋୟାବିନ, ମକ୍କା ଓ ଡାଲି ଆଦି ଫସଲ ଅମଳ କରାଯାଉଥିବା ବେଳେ ଯଦି ବର୍ଷା ଲାଗି ରହିବ ତେବେ ସେମାନଙ୍କର ଅନେକ କ୍ଷତି ହେବାର ସମ୍ଭାବନା ଦେଖାଦେଇଛି ।

ଚଳିତ ଅଗଷ୍ଟ ମାସ ଶେଷ ଆଡ଼କୁ ଦୁଇ ଦୁଇଟି ଲଘୁଚାପ ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସିଥିବା ବେଳେ ଯିବାର ନାଁ ଧରୁନାହିଁ । ଲୋ ପ୍ରେଶର ସିଷ୍ଟମ ସୃଷ୍ଟି ହେବା କାରଣରୁ ଏଥର ମୌସୁମୀ ବିଳମ୍ବରେ ବିଦାୟ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଏହା ସେପ୍ଟେମ୍ବର ଶେଷ ଆଡ଼କୁ ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ । ଏପରି ସ୍ଥିତିରେ ଚାଷୀଙ୍କର ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି । ଏହି ଖବର ଶୁଣି ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସେପ୍ଟେମ୍ବର ମଧ୍ୟ ଆଡ଼କୁ ସୋୟାବିନ, ଡାଲି, ଚାଉଳ ଆଦି ଫସଲ କଟା ଯାଉଥିବାରୁ ବର୍ଷା ହେଲେ ତାହାକୁ କିପରି ଅମଳ କରାଯିବା ତାହା ଏକ ବଡ଼ ଚିନ୍ତାର ବିଷୟ । ସେପ୍ଟେମ୍ବର ତୃତୀୟ ସପ୍ତାହରେ ଲୋ ପ୍ରେଶର ସିଷ୍ଟମ ଦେଖାଦେବା କାରଣରୁ ମୌସୁମୀ ବିଳମ୍ବରେ ବିଦାୟ ନେବ । ଭାରତ ଗହମ, ଚିନି ଓ ଚାଉଳ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ହୋଇଥିବାରୁ ଏଥର ମୌସୁମୀ କାରଣରୁ କ୍ଷେତ୍ର ସହ ଜଡ଼ିତ କମୋଡିଟୀର ରପ୍ତାନୀରେ ବାଧା ସୃଷ୍ଟି ହେବ । ମୌସୁମୀ ଜୁନରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ସୁଦ୍ଧା ସମାପ୍ତ ହୋଇଯାଇଥାଏ । ମାତ୍ର ଏଥର ଅକ୍ଟୋବର ମାସ ମଧ୍ୟ ସୁଦ୍ଧା ଏହା ରହିପାରେ । ଯଦି ସେପ୍ଟେମ୍ବର ତୃତୀୟ ଓ ଚତୁର୍ଥ ସପ୍ତାହରେ ବର୍ଷା ହୁଏ, ତେବେ ଏହାର ପ୍ରଭାବ ଗରମ ସିଜିନରେ ଲଗା ଯାଇଥିବା ଫସଲ ଉପରେ ପଡ଼ିବ । ଫଳରେ ଏହାର ପ୍ରଭାବରେ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ସୃଷ୍ଟି ହେବ । ମୌସୁମୀ ବିଭାଗର ବରିଷ୍ଠ ସାଇଣ୍ଟିଷ୍ଟ ସମାଚାର ଏଜେନ୍ସି ରଏଟର୍ସକୁ ଏ ବାବଦରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.