fbpx

ଚେନ୍ନାଇରେ ବର୍ଷାର ତାଣ୍ଡବ: ୪ ଜିଲ୍ଲାକୁ ରେଡ୍ ଆଲର୍ଟ, ଏବେସୁଦ୍ଧା ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଚେନ୍ନାଇରେ ପ୍ରବଳବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁୁଁ ବିଭିନ୍ନ ରାଜ୍ୟର ସ୍ଥିତି ବିଗିଡ଼ି ଯାଇଛି । ଏହି ପରିପ୍ରେକ୍ଷୀରେ ୪ଟି ଜିଲ୍ଲାକୁ ରେଡ୍ ଆଲର୍ଯ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା କାରଣରୁ ରାସ୍ତାଘାଟରେ ପାଣି ଜମା ହୋଇ ରହିଛି । ଫଳରେ ଜନଜୀବନ ବେହାଲ ହୋଇଯାଇଛି । ଖାଲି ସେତିକି ନୁହେଁ ବର୍ଷା ୩ ଜଣଙ୍କର ଜୀବନ ମଧ୍ୟ ନେଇସାରିଲାଣି । ଦୁଇଜଣ ମହିଳାଙ୍କ ବ୍ୟତୀତ ଜଣେ ଯୁବକ ଏଥିରେ ସାମିଲ ରହିଛନ୍ତି । ଏ ସମ୍ପର୍କରେ ମନ୍ତ୍ରୀ କେକେଏସଏସଆର୍ ରାମଚନ୍ଦ୍ରନ୍ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପ୍ରବଳ ବର୍ଷା କାରଣରୁ ଗୁରୁବାର ଦିନ ବିଜୁଳି ଝଟକା ଲାଗି ତିନି ଜଣଙ୍କର ମୃତ୍ୟୁ ଘଟିଛି । ସହରର ବିଭିନ୍ନ ସ୍ଥାନରେ ଜଳ ଜମି ରହିଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇଥିଲା । ଚେନ୍ନାଇ କର୍ପୋରେସନ୍ ପକ୍ଷରୁ କୁହାଯାଇଛି ଯେ, ବର୍ଷା ପାଣି ବାହାର କରିବାକୁ ୧୪୫ରୁ ଅଧିକ ସଂଖ୍ୟାରେ ପମ୍ପର ବ୍ୟବହାର କରାଯାଇଛି । ବର୍ଷା ଯୋଗୁଁ ମେଟ୍ରୋ ସେବା ଉପରେ ମଧ୍ୟ ପ୍ରଭାବ ପଡ଼ିଛି ।

Get real time updates directly on you device, subscribe now.