fbpx

ପ୍ରବଳ ଗରମରୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ପ୍ରବଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ବିମାନ ଏବଂ ଟ୍ରାଫିକ୍

Advertisement

ନୂଆଦିଲ୍ଲୀ: ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜଧାନୀ ଦିଲ୍ଲୀରେ ସୋମବାର ପ୍ରବଳ ବର୍ଷା ଯୋଗୁଁ ମିଳିଛି ଆଶ୍ୱସ୍ତି । ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ସହ ଦିଲ୍ଲୀ ଏନସିଆରରେ ମଧ୍ୟ ସୋମବାର ପ୍ରବଳ ବର୍ଷା ହୋଇଛି, ଯାହାଦ୍ୱାରା ଲୋକଙ୍କୁ ଭୀଷଣ ଗରମରୁ ଆଶ୍ୱସ୍ତି ମିଳିଛି । ପ୍ରବଳ ବର୍ଷା ପବନ ଯୋଗୁଁ ଦିଲ୍ଲୀରେ କିଛି ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିପଡ଼ିଥିବାର ମଧ୍ୟ ଦେଖାଯାଇଛି । ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛନ୍ତି ।

ବର୍ଷା ଯୋଗୁଁ ତାପମାତ୍ରା ସର୍ବନିମ୍ନ ୧୧ଂ କୁ ଖସିଛି । ସେପଟେ ବର୍ଷା ପବନ ଯୋଗୁଁ ଅସୁବିଧା ମଧ୍ୟ ଉତ୍ପନ୍ନ ହୋଇଛି । ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି,  ଦିଲ୍ଲୀ ଏୟାରପୋର୍ଟ ଅନୂଯାୟୀ ପାଗ ଖରାପ ରହିଥିବାରୁ ୪୦ ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି ଏବଂ ଦିଲ୍ଲୀ ଏୟାରପୋର୍ଟକୁ ଆସିବାକୁ ଥିବା ୧୮ ବିମାନ ଉଡ଼ାଣରେ ମଧ୍ୟ ବିଳମ୍ବ ହୋଇଛି, ଏବଂ ଦୁଇଟି ବିମାନ ବାତିଲ କରାଯାଇଛି ।

Get real time updates directly on you device, subscribe now.