fbpx

ରାଜ୍ୟର ୨ଟି ଜିଲ୍ଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁଟି କେଉଁଟି?

ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତିକରି ୧୨ରେ ଏହା ଆନ୍ଧ୍ର ଉପକୂଳ ଛୁଇଁବ । ଓଡିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଗଞ୍ଜାମ ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଏହି ୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.