fbpx

ପ୍ରବଳ ବର୍ଷାରେ ମୁମ୍ବାଇ ହାଲ ବେହାଲ; ରେଳ ଟ୍ରାକ୍ ସହ ଅନେକ ଅଞ୍ଚଳ ଜଳମଗ୍ନ, ଏହି ରୁଟରେ ଡାଇଭର୍ଟ ହେଲା ଟ୍ରେନ୍

ମୁମ୍ବାଇ: କିଛି ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି । ଅନେକ ତଳିଆ ଅଞ୍ଚଳ, ରାସ୍ତାଘାଟ ସହ ରେଳ ଟ୍ରାକ୍ ବି ଜଳମଗ୍ନ ହୋଇଛି । ପ୍ରବଳ ବର୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଦ୍ୱାରା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମଧ୍ୟ ରେଳବାଇର ସୂଚନା ଅନୁଯାୟୀ ମୁମ୍ବାଇ ସବଅର୍ବାନ ଏବଂ ହାର୍ବର ଲାଇନରେ ପ୍ରବଳ ବର୍ଷା ଯୋଗୁଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, କୁର୍ଲା- ବିକ୍ରୋଲି ଏବଂ ଭାଣ୍ଡୁପ୍ ଷ୍ଟେସନରେ ରେଳ ଯାତାୟାତ ପ୍ରଭାବିତ ହୋଇଛି । ସେହିପରି ମହାରାଷ୍ଟ୍ରର କଲ୍ୟାଣା ଏବଂ କସାରା ଷ୍ଟେସନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରେଳ ଟ୍ରାକ୍ ଜଳମଗ୍ନ ହେବା ସହ ଟ୍ରାକ୍ ବନ୍ଧ ବି ନଷ୍ଟ ହୋଇଯାଇଛି । କେଉଁଠି OHE ଖୁଣ୍ଟ ବଙ୍କା ହୋଇଯାଇଛି ତ ଆଉ କେଉଁଠି ଟ୍ରାକ୍ ଉପରେ ଗଛ ପଡ଼ିଯାଇଛି । ଏଥିପାଇଁ କିଛି ଟ୍ରେନ୍ ଚଳାଚଳ ମାର୍ଗରେ ପରିବର୍ତ୍ତନ କରାଯାଇଥିବା ରେଳ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇ କଲ୍ୟାଣା- ଲୋନାୱାଲା-ପୁନେ- ମିରାଜ୍‌-ଲୋଣ୍ଡା- ମଣ୍ଡଗାଓଁକୁ ଡାଇଭର୍ଟ କରାଯାଇଛି । ୧୬୩୪୫ ଏଲଟିଟି- ତିରୁବନନ୍ଥପୁରମ ଏକ୍ସପ୍ରେସ, ୧୨୨୮୯ ସିଏସଏମଟି- ନାଗପୁର ଦୁରୋନ୍ତୋ ଏକ୍ସପ୍ରେସ ଏବଂ ୧୨୧୪୫ ଏଲଟିଟି- ପୁରୀ ଏସଏଫ୍ ଏକ୍ସପ୍ରେସ ଟ୍ରେନ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.