ସାବଧାନ! ସୃଷ୍ଟି ହେଲା ଲଘୁଚାପ, 30 ଯାଏଁ ଏହି ଜିଲ୍ଲାକୁ ଜାରି ହେଲା ଓ୍ବାର୍ଣ୍ଣିଂ

ବର୍ଷାରେ ଫିକା ପଡିବ ଗଣେଶ ପୂଜା ।

ଭୁବନେଶ୍ବର: ଗଛ କିଛି ଦିନ ହେବ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ବର୍ଷାର ପ୍ରଭାବ ବୃଦ୍ଧି ପାଇଛି ।

କୋରାପୁଟ, ଦାରିଙ୍ଗବାଡି ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ 30 ତାରିଖ ଯାଏଁ ବର୍ଷା ଲାଗି ରହିବ । ଯଦି ବର୍ଷା ହୁଏ ଗଣେଶ ପୂଜା ଫିକା ପଡିପାରେ । ଆଜି ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ମାଲକାନଗିରିରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି 30ରୁ 40 କିମି ବେଗରେ ପବନ ବୋହିପାରେ । କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

ସମସ୍ତ ଜିଲ୍ଲାକୁ ୟୋଲେ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି କଥା ଦେଖିବା ତାହାଲେ ମାଲକାନଗିରି, କୋରାପୁଟ, ଗଞ୍ଜାମ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।