BREAKING: କଳାହାଣ୍ଡିଆ ମେଘରେ ଘୋଡ଼ାଇ ହେଲା ଟ୍ୱିନସିଟି, ସୁ ସୁ ପବନ ସାଙ୍ଗକୁ ବର୍ଷା ଘଡ଼ଘଡ଼ି

ଦିନରେ ରାତିର ଭ୍ରମ ସୃଷ୍ଟି କଲା କାଳବୈଶାଖୀ। ସୁ ସୁ ପବନ ସାଙ୍ଗକୁ ବର୍ଷା, ଘଡ଼ଘଡ଼ି ଲାଗି ରହିଛି।

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ। ଦିନରେ ରାତିର ଭ୍ରମ ସୃଷ୍ଟି କଲା କାଳବୈଶାଖୀ। ସୁ ସୁ ପବନ ସାଙ୍ଗକୁ ବର୍ଷା ଘଡ଼ଘଡ଼ି ଲାଗି ରହିଛି।

କଳାହାଣ୍ଡିଆ ମେଘରେ ଘୋଡ଼ାଇ ହେଲା ରାଜଧାନୀ। ଭୁବନେଶ୍ୱର ସହ କଟକରେ ମଧ୍ୟ ହଠାତ ଅନ୍ଧାର କରି ଆସିଲା କଳାହାଣ୍ଡିଆ ବର୍ଷା। ଏବେବି ପ୍ରବଳ ବର୍ଷା ଲାଗି ରହିଛି।

ପରିସ୍ଥିତି ଏପରି ହୋଇଛି କି ରାସ୍ତାରେ ଗାଡ଼ିର ଲାଇଟ୍ ଦେଇ ଲୋକଙ୍କୁ ଯାତ୍ରା କରିବାକୁ ପଡ଼ିଛି।

ପ୍ରବଳ ପବନ ସହ ଘଡ଼ଘଡ଼ି ବର୍ଷାରେ ଭିଜିଲା ଟ୍ୱିନସିଟି।