fbpx

Helicopter Crash:ଚିତା ଦୁର୍ଘଟଣାରେ ଗଲା ଦୁଇ ପାଇଲଟଙ୍କ ଜୀବନ, ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଗୁରୁବାର ଦିନ ଅରୁଣାଚଳ ପ୍ରଦେଶର ବୋମଡ଼ିଲ ଠାରେ ଏକ ସେନାର ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମ କାମେଙ୍ଗ ଜିଲ୍ଲା ଏସପି ବି ଆର ବୋମରେଡି ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ନିହତ ପାଇଲଟଙ୍କ ମୃତଦେହ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ଅଣାଯାଉଛି ଯେଉଁଠାରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସନ୍ଧ୍ୟା ପ୍ରାୟ ଚାରିଟା ବେଳେ ମୃତଦେହ ମିଳିଥିଲା।

ସେନା ସୂତ୍ରରୁ ପ୍ରକାଶ ଯେ ଗୁରୁବାର ସକାଳ ୯: ୧୫ ପରେ ଏୟାର ଟ୍ରାଫିକ ସହ ହେଲିକପ୍ଟର ପମ୍ପର୍କ ବିଚ୍ଛିନ ହୋଇଥିଲା । ସେବେଠାରୁ ହେଲିକପ୍ଟରର କୌଣସି ପତ୍ତା ମିଳିନଥିଲା । ହେଲିକପ୍ଟର ର ସନ୍ଧାନ ଚାଲିଥିଲା । ପାଇଲଟଙ୍କ କୌଣସି ସୂଚନା ମିଳିନଥିବାବେଳେ ତାଙ୍କର ସନ୍ଧାନ ଜାରି ରହିଥିଲା । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ଯାହାକି ବର୍ତ୍ତମାନ ବାସ୍ତବରେ ପରିଣତ ହେଇଛି ।

ତେବେ ଏଘଟଣା ପ୍ରଥମ ନୁହେଁ। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ତୱାଙ୍ଗ ଅଞ୍ଚଳରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଚିକିତ୍ସା ସମୟରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.