fbpx

ପର୍ଯ୍ୟଟକଙ୍କ ପାଇଁ ଚାଲିବ ହେଲିକପ୍ଟର ଟ୍ୟାକ୍ସି: ଏହି ସରକାର ଆଣୁଛନ୍ତି ଯୋଜନା

Advertisement

ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ହେଲିକପ୍ଟର ଟାକ୍ସି ସେବା ଦ୍ୱାରା ଯୋଡ଼ିବାକୁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତି କରିଛନ୍ତି । ଖୁବ୍ ଶୀଘ୍ର ଆଗ୍ରା ଏବଂ ମଥୁରା ମଧ୍ୟରେ ହେଲିକପ୍ଟର ସେବା ଆରମ୍ଭ ହେବ । ଏହାପରେ ଆଗ୍ରା ଏବଂ ମଥୁରାର ପର୍ଯ୍ୟଟକ ହେଲିକପ୍ଟରରେ ପର୍ଯ୍ୟଟନସ୍ଥଳୀ ଯାତ୍ରା କରିପାରିବେ ।

ଉତ୍ତର ପ୍ରଦେଶ ସରକାର ମଥୁରା ଏବଂ ଆଗ୍ରା ହେଲିପୋର୍ଟର ନିର୍ମାଣ, ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ମଗାଇଛନ୍ତି । ଏହାକୁ ନେଇ ସରକାର ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି । ଟେଣ୍ଡର ପ୍ରକ୍ରିୟା ସରିବା ପରେ ପିପିପି ମୋଡରେ କାମ ଆରମ୍ଭ ହେବ ।

ହେଲିକପ୍ଟର ଟ୍ୟାକ୍ସି ଆରମ୍ଭ ହେବା ପରେ ଆଗ୍ରା ଏବଂ ମଥୁରା ମଧ୍ୟର କିଛି ମିନିଯରେ ଯାତ୍ରା କରିହେବ ଏବଂ ପର୍ଯ୍ୟଟକ ଗୋଟିଏ ଦିନରେ ଅନେକ ସ୍ଥାନ ବୁଲିପାରିବେ ଏବଂ ପ୍ରର୍ଯ୍ୟଟନ ପ୍ରସାର ହେବ ।

Get real time updates directly on you device, subscribe now.