fbpx

ସ୍କୁଲ ପାଇଁ ହେଲପ ଲାଇନ୍ ନମ୍ବର ଜାରି

Advertisement

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ପ୍ରସଙ୍ଗରେ ବିଏମସିର ବୈଠକ ଶେଷ ହୋଇଛି । ବୈଠକ ପରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ‘ବିଏମସି ପକ୍ଷରୁ ହେଲପ ଲାଇନ୍ ଖୋଲାଯାଇଛି । ସ୍କୁଲ କର୍ତ୍ତୁପକ୍ଷ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି । ହଷ୍ଟେଲରେ ବି ଏସଓପି ପାଳନ କରିବାକୁ କୁହାଯାଇଛି । ନିୟମିତ ବ୍ୟବଧାନରେ ତଦାରଖ କରିବାକୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।’

ଏହା ସହ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏଣିକି ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ଟେଷ୍ଟ ଦରକାର ନାହିଁ । ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ସ୍କ୍ରିନିଂ କରି ସମସ୍ତଙ୍କୁ ଲିଙ୍ଗରାଜ ମନ୍ଦିରକୁ ଛଡାଯିବ । କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ ବୋଲି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

Get real time updates directly on you device, subscribe now.