fbpx

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ତୃତୀୟ ଥର ହେଲେ ଝାଡ଼ଖଣ୍ଡର ସିଏମ

Advertisement

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ରାଜଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଏବଂ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି । ହେମନ୍ତ ସୋରେନ ତୃତୀୟ ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବୁଧବାର ଦିନ ଚମ୍ପାଇ ସୋରେନ ସିଏମ ପଦବୀରୁ ଇସ୍ତଫା ଦେଇଥିଲେ ।

ଜମି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ । ଏହାପରେ ବୁଧବାର ଦିନ ଇଣ୍ଡିଆ ମେଣ୍ଟର ବୈଠକରେ ଚମ୍ପାଇ ସୋରେନଙ୍କ ସ୍ଥାନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ହେବାରେ ସହମତି ମିଳିଛି ।

Get real time updates directly on you device, subscribe now.