fbpx

ସୁସ୍ଥ ରହିବା ପାଇଁ ମହିଳାମାନେ ଡାଏଟରେ ସାମିଲ କରନ୍ତୁ ଏହି ୫ ଟି ଜିନିଷ

ଓଡିଶା ଭାସ୍କର: ଆଜି କାଲି ମହିଳା ମାନେ ଅଫିସ ଏବଂ ଘର କାମ ମଧ୍ୟରେ ନିଜକୁ ଏତେ ପରିମାଣର ବ୍ୟସ୍ଥ ରହୁଛନ୍ତି ଯାହା ଫଳରେ ସେମାନେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉ ନାହାନ୍ତି । କେତେକ ଛୋଟ ଛୋଟ ସମସ୍ୟାକୁ ମହିଳାମାନେ ଅଣ ଦେଖା କରନ୍ତି ଫଳରେ ଏହି ସମସ୍ୟା ଆଗକୁ ଗମ୍ଭୀର ରୂପ ନେଇଥାଏ । ଏକ୍ସପଟମାନଙ୍କ କହିବା ଅନୁସାରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ ଅଧିକ ପ୍ରୋଟିନର ଆବଶ୍ୟକତା ପଡିଥାଏ । ଯଦି ମହିଳାମାନେ ତାଙ୍କ ଧ୍ୟାନ ନ ରଖିବେ ତେବେ ୪୦ ବର୍ଷ ହେବା ପୂର୍ବରୁ ତାଙ୍କ ଶରୀରରେ କ୍ୟାଲସିୟମର ଅଭାବ, ମାସଂପେଶୀରେ ଦୁର୍ବଳତା, ବ୍ଲଡ ପ୍ରେସର ପରି ଅନେକ ସମସ୍ୟା ଦେଖା ଦେବ । ତେବେ ଆସନ୍ତୁ ଜାଣିବା ଫିଟ ରହିବା ପାଇଁ ମହିଳାମାନେ ତାଙ୍କ ଡାଏଟରେ କ’ଣ ସାମିଲ କରିବା ଆବଶ୍ୟକ ।

ଦହି – ଦହିରେ କ୍ୟାଲସିୟମ, ଫସଫରସ ସହିତ ଅନେକ ପୋଷକ ତତ୍ୱ ମିଳିଥାଏ । ହଦି ପ୍ରତି ଦିନ ସେବନ କରିବା ଦ୍ୱାରା ପେଟର ସବୁ ସମସ୍ୟା ଦୂର ହୋଇଥାଏ । ଦହି ଖାଇବା ଦ୍ୱାରା ହାଡ ଏବଂ ଦାନ୍ତ ମଜଭୁତ ହୋଇଥାଏ ।

ଫେଶି- ଫେଶି ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଫାଇଦା ଦେଇଥାଏ । ଏଥିରେ ଓମେଗା-୩, ଫାଇବର, ପ୍ରୋଟିନ ମ୍ୟାଗନେସିୟମ, କ୍ୟାଲସିୟମ, ଫସଫରସ ପରି ପୋଷକ ତତ୍ତ୍ୱ ଥାଏ । ଏହାକୁ ସେବନ କରିବା ଦ୍ୱାରା ମହିଳାଙ୍କୁ ବହୁ ଫାଇଦା ମିଳିଥାଏ ।

ମାଛ – ଯେଉଁ ମହିଳାମାନେ ମାଂସାହାରି ସେମାନେ ନିଜ ଡାଏଟରେ ମାଛ ସାମିଲ କରିବା ଆବଶ୍ୟକ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଥାଏ । ଯାହା ମହିଳାଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଆପେଲ – ଭିଟାମିନ ମିନେରାଲ ପରି ଅନେକ ପୋଷକ ତତ୍ୱରେ ପରିପୂର୍ଣ୍ଣ ଥିବା ଆପେଲକୁ ମହିଳାମାନେ ପ୍ରତି ଦିନ ଖାଇବା ଆବଶ୍ୟକ । ଏହା ଆପଣଙ୍କ ହାଡକୁ ମଜଭୁତ କରିବା ସହିତ ଅନେକ ସମସ୍ୟାରୁ ଦୂରରେ ରଖିବ ।

ବିନ- ବିନରେ ବହୁ ପ୍ରକାର ନ୍ୟୁଟ୍ରିଏଣ୍ଟସ ଥାଏ । ମହିଳା ମାନେ ପ୍ରତି ଦିନ ବିନ ସେବନ କରିବା ଦ୍ୱାରା ଅନେକ ରୋଗରୁ ନିଜକୁ ରକ୍ଷା କରିପାରିବେ ।

Get real time updates directly on you device, subscribe now.