fbpx

ବାଂଲାଦେଶରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଉପରେ କ’ଣ କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେମାନେ ବାଂଲାଦେଶର ଲୋକଙ୍କ ସହ ଠିଆ ହୋଇଛନ୍ତି । ଏଥିସହିତ ବାଂଲାଦେଶରେ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ପାକିସ୍ତାନ ମଧ୍ୟ ଆଶା ପ୍ରକଟ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନ ସରକାର ଏବଂ ଲୋକମାନେ ପ୍ରତ୍ୟେକ କଠିନ ମୁହୂର୍ତ୍ତରେ ବାଂଲାଦେଶର ଲୋକଙ୍କ ସହ ଠିଆ ହୋଇଛନ୍ତି ଏବଂ ସେମାନେ ଆଶା କରୁଛନ୍ତି ଯେ ବାଂଲାଦେଶର ସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ହୋଇଯିବ । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେ ବିଶ୍ୱାସ କରୁ ଛୁ ଯେ ବାଂଲାଦେଶୀ ଲୋକଙ୍କ ଭାବନା ଏବଂ ଏକତା ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇଯିବ ।

ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ‘ଲାଁନ୍ଗ୍ ମାର୍ଚ୍ଚ ଟୁ ଢାକା’ ଅଭିଯାନ ସମୟରେ ଶେଖ୍ ହସିନା ଏବଂ ତାଙ୍କ ଭଉଣୀ ଶେଖ୍ ରେହାନା ସୋମବାର ଦେଶ ଛାଡ଼ି ଚାଲିଯାଇଥିଲେ । ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସଙ୍କୁ ବାଂଲାଦେଶରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡିବା ପରେ ସେନା ମୁଖ୍ୟ ଦେଶକୁ ସମ୍ବୋଧିତ କରି ଅନ୍ତରୀଣ ସରକାର ଗଠନ କରିବାକୁ କହିଥିଲେ। ରାଷ୍ଟ୍ରପତି, ସେନା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.