ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କଂଗ୍ରେସ ନେତ୍ରୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ନନେଇ ସଂସଦରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ୍ ନେଇ ଯାଉଥିବାରୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ବିଧାନସଭାରେ ଯୋଗୀ କହିଛନ୍ତି, ଗତକାଲି ଜଣେ କଂଗ୍ରେସ ନେତା ପାଲେଷ୍ଟାଇନ୍ ବ୍ୟାଗ୍ ଧରି ସଂସଦରେ ବୁଲୁଥିଲେ ଏବଂ ଆମେ ୟୁପିର ଯୁବକମାନଙ୍କୁ ଇସ୍ରାଏଲ୍ ପଠାଉଛୁ। ବର୍ତ୍ତମାନ ସୁଦ୍ଧା ୟୁପିର ୫୬୦୦ ସୈନିକ ନିର୍ମାଣ କାର୍ଯ୍ୟ କରିବାକୁ ଇସ୍ରାଏଲ ଯାଇଛନ୍ତି।
ଏହି ଯୁବକମାନେ ରହିବା ଓ ଖାଇବା ପାଇଁ ମାଗଣା ଏବଂ ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ଦରମା ମିଳୁଛି ଏବଂ ସମ୍ପୂର୍ଣ୍ଣ ନିରାପତ୍ତା ନିଶ୍ଚିତ। ଯୋଗୀ କହିଛନ୍ତି, ଇସ୍ରାଏଲର ରାଷ୍ଟ୍ରଦୂତ ଆସିଥିଲେ। ସେ କହିଥିଲେ ଯେ ଆମେ ୟୁପିର ଅଧିକ ଯୁବକଙ୍କୁ ନେବାକୁ ଚାହୁଁଛୁ । ପ୍ରିୟଙ୍କା ଗାନ୍ଧୀ ସୋମବାର ସଂସଦରେ ‘ପାଲେଷ୍ଟାଇନ୍’ ଲେଖାଥିବା ଏକ ହ୍ୟାଣ୍ଡବ୍ୟାଗ୍ ଧରି ପହଞ୍ଚିଥିଲେ। ଏହାକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା। ବିଜେପି ଏହି ବ୍ୟାଗ୍କୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ଉପରେ ‘ମୁସଲିମ୍ ତୁଷ୍ଟୀକରଣ’ ରାଜନୀତି ଅଭିଯୋଗ ଆଣିଥିଲା ।