fbpx

ପାକିସ୍ତାନୀ ଡଙ୍ଗାରୁ ଉଦ୍ଧାର ହେଲା ୪୪୦ କୋଟିର ହେରୋଇନ୍: ଗୁଜରାଟ ଉପକୂଳରୁ ୬ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଭାରତୀୟ ଜଳରାଶିରେ ୬ ଜଣ କ୍ରୁ ସଦସ୍ୟଙ୍କ ସହ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଏବଂ ପ୍ରାୟ ୪୦୦ କୋଟି ଟଙ୍କାର ୭୭ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି ତଟରକ୍ଷୀ ବାହିନୀ । ରବିବାର ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ୍) ର ମିଳିତ ଅପରେସନରେ ଏହି ହେରୋଇନ ଜବତ କରାଯାଇଛି ବୋଲି ଅଧୀକାରିମାନେ କହିଛନ୍ତି।
କୋଷ୍ଟଗାର୍ଡ ପକ୍ଷରୁ ଏକ ଟୁଇଟରେ ସୂଚନା ଦିଆଯାଇଛି ଯେ ରାଜ୍ୟ ଏଟିଏସ ସହ ମିଳିତ ଅପରେସନରେ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ‘ଅଲ ହୁସେନି’କୁ ଭାରତୀୟ ଜଳରେ ୬ ଜଣ କ୍ରୁ ସଦସ୍ୟଙ୍କ ସହ ଧରିଛନ୍ତି। ଅଧିକ ଅନୁସନ୍ଧାନ ପାଇଁ ଡଙ୍ଗାଟି ଗୁଜରାଟର କୁଚ୍ ଜିଲ୍ଲାର ଜାଖାଉ ଉପକୂଳକୁ ଅଣାଯାଇଥିଲା ବୋଲି ଏଥିରେ ଦର୍ଶାଯାଇଛି।

ଚଳିତ ବର୍ଷ ଏପ୍ରିଲରେ କୋଷ୍ଟଗାର୍ଡ ଏବଂ ଏଟିଏସ୍ ସମାନ ଅପରେସନ କରି ଆଠ ଜଣ ପାକିସ୍ତାନୀ ନାଗରିକଙ୍କ ସହ ଏକ ଡଙ୍ଗା ଧରିଥିଲେ ଏବଂ ପ୍ରାୟ ୧୫୦ କୋଟି ଟଙ୍କା ମୂଲ୍ୟର ୩୦ କିଲୋଗ୍ରାମ ହିରୋଇନ୍ କୁଞ୍ଚର ଜାଖାଉ ଉପକୂଳବର୍ତ୍ତୀ ଅଞ୍ଚଳରୁ ଜବତ ହୋଇଥିଲା । ଗତ ମାସରେ ଗୁଜୁରାଟର ମୋର୍ବି ଜିଲ୍ଲାର ଏକ ନିର୍ମାଣାଧୀନ ଘରୁ ଏଟିଏସ୍ ପ୍ରାୟ ୬୦୦ କୋଟି ଟଙ୍କା ମୂଲ୍ୟର ହିରୋଇନ ଡ୍ରଗ୍ସ ସାମଗ୍ରୀ ଜବତ କରିଥିଲା।

Get real time updates directly on you device, subscribe now.