fbpx

(Video) ପାଣିରେ ଚାଲିବ ଗାଡ଼ି! ୧ ଲିଟର ପାଣିରେ ୧୫୦ କିମି ଯାତ୍ରା କରିବ ସ୍କୁଟର, DLର ଆବଶ୍ୟକତା ପଡ଼ିବନି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଜନସାଧାରଣ ସର୍ବଦା ଚିନ୍ତାରେ ରହିଥାନ୍ତି । ସେଥିପାଇଁ ଅନେକ ଗ୍ରାହକ ପେଟ୍ରୋଲ-ଡିଜେଲ ଚାଳିତ ଯାନ ବଦଳରେ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏନେଇ ଆସିଛି ଆଉ ଏକ ବଢ଼ିଆ ବିକଳ୍ପ । ଏଣିକି ପାଣିରେ ଚାଲିବ ଗାଡ଼ି । ୧ ଲିଟର ପାଣିରେ ଆପଣମାନେ ୧୫୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବେ ବି ସତ । ଏକ ଭାରତୀୟ କମ୍ପାନୀ ଏହି ଅସମ୍ଭବକୁ ସମ୍ଭବ କରିବାକୁ କାମ ଆରମ୍ଭ କରିଦେଇଛି ।

ଖବର ମୁତାବକ, ଏକ ଭାରତୀୟ କମ୍ପାନୀ ୱାର୍ଡ ୱିଜାର୍ଡ ଇନୋଭେନ୍ସ ପକ୍ଷରୁ ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୦ରେ ଏହାକୁ ପ୍ରଦର୍ଶିତ କରିଛି । ଏହି କମ୍ପାନୀ ଜୟ ଇ-ବାଇକ ଉପରେ କାମ ଆରମ୍ଭ କରିବା ସହ ପାଣି ବା ହାଇଡ୍ରୋଜେନରେ ଚାଲୁଥିବା ସ୍କୁଟରର କନସେପ୍ଟ ଉପସ୍ଥାପନ କରିଛି । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ୧ ଲିଟର ପାଣିରେ ଏହି ସ୍କୁଟର ୧୫୦ କିମି ଯାତ୍ରା କରିପାରିବ ବୋଲି କୁହାଯାଇଛି । ଏଥିସହିତ ଏହି ସ୍କୁଟର ଚଳାଇବା ପାଇଁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡ଼ିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ପାଣିରେ ଚାଲୁଥିବା ଏହି ସ୍କୁଟର ଆଗାମୀ ଦିନରେ ବ୍ୟାଟେରୀ ଚାଳିତ ସ୍କୁଟରର ସ୍ଥାନଇ ନେଇପାରେ ବୋଲି କୁହାଯାଉଛି । ହାଇଡ୍ରୋଜେନ ଟେକ୍ନୋଲୋଜି ଭାରତରେ ପରିଷ୍କାର ମୋବିଲିଟି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ । ଏହାଦ୍ୱାରା ପ୍ରଦୂଷଣରୁ ମୁକ୍ତି ମିଳିବା ସହ ପରିବେଶକୁ ବଞ୍ଚାଇବା ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି । ପାଣିରେ ଚାଲୁଥିବା ସ୍କୁଟରର ଟପ୍ ସ୍ପିଡ ଘଣ୍ଟା ପ୍ରତି ୨୫ କିମି ରହିଛି । ଏହାର ସ୍ପିଡ୍ କମ୍ ହୋଇଥିବାରୁ ଏହାକୁ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡ଼ିବ ନାହିଁ । ଏହା ଏକ ପ୍ରୋଟୋଟାଇପ ହୋଇଥିବା ବେଳେ ବର୍ତ୍ତମାନ ଏହି ସ୍କୁଟର ବିକ୍ରି ପାଇଁ ଉପଲବ୍ଧ ନାହିଁ । ଏହାର ଟେକ୍ନୋଲୋଜି ଉପରେ ଏବେ କାମ ଚାଲିଛି । କମ୍ପାନୀ ଏହାର ପ୍ରଡକ୍ସନ ମଡେଲକୁ ବିକଶିତ କରିବାରେ ସଫଳ ହେବା ପରେ ହିଁ ସାଧାରଣ ଲୋକଙ୍କ ପାଇଁ ଏହି ସ୍କୁଟର ଉପଲବ୍ଧ ହୋଇପାରିବ । ଜୟ ଇ-ବାଇକର ପ୍ୟାରେଣ୍ଟ କମ୍ପାନୀ ହାଇଡ୍ରୋଜେନ ଫୁଏଲ ସେଲ ଓ ଇଲେକ୍ଟ୍ରୋଲାଇଜର ଟେକ୍ନେଲୋଜି ଉପରେ କାମ କରୁଛି ।

Get real time updates directly on you device, subscribe now.