ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ହାଇ ଆଲର୍ଟ। ବଢ଼ାଗଲା ସୁରକ୍ଷା ବ୍ୟବସ୍ଥା। କେବଳ ଜମ୍ମୁ-କଶ୍ମୀର ନୁହେଁ ପଞ୍ଜାବରେ ମଧ୍ୟ ହାଇଆଲର୍ଟ। କେତେବେଳେ ବି ହୋଇପାରେ ଆକ୍ରମଣ। ଆକ୍ରମଣ ଆଶଙ୍କା ଥିବାରୁ ହାଇଆଲର୍ଟ ଜାରି।
ଭାରତ-ପାକିସ୍ତାନ ଭିତରେ ଲଢ଼େଇ ଜାରି ଥିବା ବେଳେ, ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ହାଇଆଲର୍ଟ। ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ। କାରଣ ଆତ୍ମଘାତୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଯେଉଁଥିରେ ନିରୀହ ଲୋକଙ୍କ ଉପରକୁ ଆକ୍ରମଣ କରାଯାଇପାରେ।
ଆତଙ୍କବାଦୀ ଜୈସ ଓ ଲସ୍କର କରିପାରନ୍ତି ଆକ୍ରମଣ। ଆଉ ଏହାର ଆଶଙ୍କା ବଢ଼ାଉଛି ଭାରତକୁ ପାକିସ୍ତାନର ଧମକ। କାରଣ ଭାରତକୁ ଧମକ ଦେଇଛି ପାକିସ୍ତାନ। ଭାରତର ସୈନ୍ୟ ଠିକଣା ଉଡ଼ାଇଦେବାକୁ ଧମକ ଦେଇଛି ପାକିସ୍ତାନ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦେଖିବାକୁ ମିଳିଛି ମୁହଁଫୁଟାଣି।