fbpx

ଗ୍ରହ ଦୋଷରୁ ହୋଇଥାଏ ଉଚ୍ଚ ରକ୍ତଚାପ…? ଜ୍ୟୋତିଷ ଉପାୟ ଦ୍ୱାରା ହୋଇପାରିବ ସମାଧାନ

Advertisement

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନେ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାନ୍ତି । ବ୍ୟକ୍ତିର ଜୀବନରେ ଗ୍ରହର ସ୍ଥିତି ଠିକ ଥିଲେ ଏହା ଶୁଭ ଫଳ ଦେଇଥାଏ ତ କେତେବେଳେ ଗ୍ରହର ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆପଣ ସୁସ୍ଥ ଜୀବନଶୈଳୀ ଆପଣାଉଥିଲେ ମଧ୍ୟ ଏହାର ପ୍ରଭାବ ରହିଥାଏ । ଅନେକ ଥର ସନ୍ତୁଳିତ ଖାଦ୍ୟପେୟ, ନିୟମିତ ବ୍ୟାୟାମ, ଔଷଧ ସେବନ ଏହି ଦୋଷକୁ ଦୂର କରିପାରି ନଥାଏ । ଆଜିକାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ରୋଗ ହୋଇଗଲାଣି । ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଯେଉଁ ବ୍ୟକ୍ତିମାନଙ୍କ ରାଶିରେ ଗ୍ରହ ଦୁର୍ବଳ ଅଛି କିମ୍ବା ନୀଚ ସ୍ତରରେ ଅବସ୍ଥିତ ସେମାନଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପର ରୋଗ ଥିବା ଦେଖାଯାଏ ।
ଶାସ୍ତ୍ର ଅନୁଯାୟୀ କୌଣସି ଶୁଭ ଅଶୁଭ ଜିନିଷ ପାଇଁ ମଧ୍ୟ ଏପରି ସ୍ଥିତି ଉପୁଜିଥାଏ । ଗ୍ରହମାନଙ୍କ ଅଶୁଭ ସ୍ଥିତି ଉଚ୍ଚ ରକ୍ତଚାପର ଏକ କାରଣ ।

ଆସନ୍ତୁ ଜାଣିବା ଗ୍ରହର ଏମିତି କିଛି ଅଶୁଭ ସ୍ଥିତି ବିଷୟରେ ଯାହା ରୋଗକୁ ନିମନ୍ତ୍ରଣ ଦେଇଥାଏ :

– କୌଣସି ବ୍ୟକ୍ତିଙ୍କ ରାଶିରେ ମଙ୍ଗଳ ଭାରି ଥିଲେ ସେ ଅନେକ ପ୍ରକାର ରୋଗରୁ ପୀଡ଼ିତ ଥାଏ । ସୁସ୍ଥ ଜୀବନଯାପନ କରୁଥିଲେ ମଧ୍ୟ ସେ ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ, ହାଡ଼ ରୋଗ ଭଳି ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି ।

– ବ୍ୟକ୍ତିର ଜନ୍ମ ରାଶିରେ ଚନ୍ଦ୍ରମାର ସ୍ଥିତି ଖରାପ ଥିଲେ ବା ରାଶିରେ ଅଗ୍ନି ତତ୍ୱର ପ୍ରଭାବ ଅଧିକ ଥିଲେ ଉଚ୍ଚରକ୍ତଚାପ ଭଳି ସମସ୍ୟା ଦେଖାଦେଇଥାଏ ।

– ରାହୁ, ରାଶିର କେନ୍ଦ୍ର ସ୍ଥାନ ସହ ଜଡ଼ିତ । ତେଣୁ ବେଳେ ବେଳେ ଉଚ୍ଚ ରକ୍ତଚାପକୁ ଔଷଧ ଦ୍ୱାରା ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ ।

ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କିଛି ଜ୍ୟୋତିଷ ଉପାୟ :

– ଡ଼ାହାଣ ହାତର ଆଙ୍ଗୁଳିରେ ଚାନ୍ଦି ସହ ମୋତି ଳାଗିଥିବା ମୁଦି ପିନ୍ଧନ୍ତୁ ।

– ପଞ୍ଚଧାତୁ ବା ତମ୍ବାରେ ଜଡ଼ା ହୋଇଥିବା ନାଲି ପୋଲା ମୁଦି କରି ଅନାମିକା ଆଙ୍ଗଠିରେ ପିନ୍ଧି ପାରିବେ ।

– ପ୍ରତି ସୋମବାର ଶିବ ଲିଙ୍ଗ ଉପରେ ଜଳ ଚଢ଼ାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

– ପ୍ରତି ପୂର୍ଣ୍ଣମୀ ଦିନ ଚନ୍ଦ୍ର ଦେବତାଙ୍କୁ କ୍ଷିର ଅପର୍ଣ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

Get real time updates directly on you device, subscribe now.