fbpx

ମହିଳାଙ୍କୁ ସିଟି ମାରିବା ଯୌନ ଉତ୍ପୀଡ଼ନ? ବଡ଼ ରାୟ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିଳାଙ୍କୁ ସିଟି ମାରିବା ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ରାୟ ଆସିଛି । ଛାତ ଉପରୁ ସିଟି ବଜାଇ ଜଣେ ମହିଳାଙ୍କ ଇଜ୍ଜତ ସହ ଖେଳିବା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।

ଏହି ମାମଲାରେ ବମ୍ବେ ହାଇକୋର୍ଟ କହିଛନ୍ତି, ଯଦି ଜଣେ ଯୁବକ ନିଜ ଘରେ ଥାଇ କୌଣସି ଶବ୍ଦ କରେ, ତେବେ ଏ କ୍ଷେତ୍ରରେ ମହିଳାଙ୍କ ପ୍ରତି କୌଣସି ଯୌନ ଉତ୍ପୀଡ଼ନ କରାଯାଇଛି ବୋଲି କୁହାଯାଇ ପାରିବ ନାହିଁ । ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ଜଣେ ମହିଳାଙ୍କୁ କିଛି ଯୁବକ ସିଟି ମାରିବାକୁ ନେଇ କୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ତେବେ ଯଦି କୌଣସି ଯୁବକ ଛାତ ଉପରୁ କୌଣସି ମହିଳାଙ୍କୁ ସିଟି ମାରନ୍ତି, ସେ କ୍ଷେତ୍ରରେ ଯୌନ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇ ପାରିବ ନାହିଁ ବୋଲି ଜଷ୍ଟିସ ବିଭା କଙ୍କନବାଡ଼ି ଓ ଜଷ୍ଟିସ ଅଭୟ ବାଘସେଙ୍କ ବେଞ୍ଚ ରାୟ ଦେଇଛନ୍ତି ।

ଏହି ମାମଲାରେ ମହାରାଷ୍ଟ୍ରର ଅହମ୍ମଦନଗରର ୩ ଜଣ ଯୁବକ ଲକ୍ଷ୍ମଣ, ଯୋଗେଶ ଓ ସବିତା ପାଣ୍ଡବଙ୍କ ଉପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅଧିନିୟମ ଆଧାରରେ ମାମଲା ଦାୟର ହୋଇଥିଲା । ସେସନ କୋର୍ଟ ଏହି ତିନି ଜଣ ଯୁବକଙ୍କ ଜମାନତ ଯାଚିକାକୁ ଖାରଜ କରିଦେଇଥିଲେ । ଫଳରେ ଏହି ରାୟ ବିରୋଧରେ ତିନି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.