ଢିଙ୍କିଆ ମାମଲାରେ ରାୟ ଶୁଣାଇଲେ ହାଇକୋର୍ଟ

ପାରଦୀପ ଢିଙ୍କିଆ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । ଢିଙ୍କିଆରେ ହୋଇଥିବା ହିଂସାକାଣ୍ଡ ଘଟଣାର ସବୁ ମାମଲାର ବିଚାରକୁ ବନ୍ଦ ରଖିଲେ ହାଇକୋର୍ଟ । ମାମଲାରେ ଜଗତସିଂହପୁର ଏସପି ସତ୍ୟପାଠ ଦାଖଲ କରିଛନ୍ତି । ଗତ ମାର୍ଚ୍ଚ ୧୧ ରେ ସତ୍ୟପାଠ ଜରିଆରେ ଅଭିଯୋଗ ଦାଖଲ ପାଇଁ ଅନୁମତି ଦେଇଥିଲେ ହାଇକୋର୍ଟ । ଗାଁକୁ ଫେରୁନଥିବା ଲୋକଙ୍କ ନାଁରେ ଅପରାଧିକ ମାମଲା ରହିଥିବାନେଇ କୁହାଯାଇଛି । ମାମଲାର ଶୁଣାଣି ଆବଶ୍ୟକ ନାହିଁ ଦର୍ଶାଇଲେ ହାଇକୋର୍ଟ । ଏହା ସହ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପାଖକୁ ଆଫିଡେଭିଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜମି ଅଧିଗ୍ରହଣକୁ ନେଇ ଢିଙ୍କିଆରେ ପୋଲିସର ଲାଠି ମାଡ ଘଟଣାରେ ହାଇକୋର୍ଟରେ 4ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଜେଏସଡବ୍ଲୁ ପକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗିବା ବେଳେ ଉତ୍ତେଜନା ଦେଖାଦେଇଥିଲା । ପାନବରଜ ଭାଙ୍ଗିବାକୁ ବିରୋଧ କରିଥିଲେ ଗ୍ରାମବାସୀ । ଏହି ସମୟରେ ଗ୍ରାମବାସୀଙ୍କୁ ହଟାଇବାକୁଯାଇ ପୋଲିସ ଲାଠି ଚାର୍ଜ କରିଥିଲା, ପୋଲିସର ଲାଠି ମାଡ଼ରେ ଅନେକ ଗ୍ରାମବାସୀ ଆହତ ମଧ୍ୟ ହୋଇଥିଲେ ।