fbpx

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, ଜାଣନ୍ତୁ କଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ, ୧୮ା୧: ସୋସିଆଲ ମିଡ଼ିଆ ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ଆଜି କରାଯାଇଛି । ଏହି ପଲିସି ଦ୍ୱାରା ସାଧାରଣ ଜନତାଙ୍କ ଡାଟା ସୁରକ୍ଷିତ ହୋଇ ରହିବ ନାହିଁ, ତେଣୁ ଏହା ଉପରେ ଆଇନ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ୟାଚିକା ଦାୟର କରିଥିବା ଆଇନଜୀବୀ ମନୋହର ଲାଲ ପ୍ରକାଶ କରିଥିଲେ ।

ତେବେ ଦିଲ୍ଲୀ ହାଇକୋର୍ଟ ରାୟରେ କହିଛନ୍ତି ଯେ, ଯଦି ଆପଣମାନେ ଭାବୁଛନ୍ତି ଆପଣଙ୍କ ଡାଟା ହ୍ୱାଟସଆପରେ ସୁରକ୍ଷିତ ନୁହେଁ, ତେବେ ହ୍ୱାଟସଆପକୁ ନିଜ ଫୋନରୁ ଡିଲିଟ କରି ଦିଅନ୍ତୁ । ଏହି ମାମଲାରେ ଫେସବୁକ ପକ୍ଷରୁ ମୁକୁଲ ରୋହତଗି ଓ ହ୍ୱାଟସଆପ ପକ୍ଷରୁ କପିଲ ସିବଲ ମୋକଦ୍ଦମା ପରିଚାଳନା କରିଥିଲେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୨୫ ତାରିଖରେ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ହ୍ୱାଟସଆପ ତରଫରୁ ପ୍ରାଇଭେସି ପଲିସିକୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Get real time updates directly on you device, subscribe now.